ଜହ୍ନାପଙ୍କ-ଚାରିଶମ୍ଭୁ ରାସ୍ତାରେ ଗର୍ତ୍ତ, ବିପଦକୁ ଆମନ୍ତ୍ରଣ

0 88

ବୌଦ୍ଧ/ଜହ୍ନାପଙ୍କ,୩/୮: ଜାତୀୟ ରାଜପଥ ୫୭ ଠାରୁ ଜହ୍ନାପଙ୍କ-ଚାରିଶମ୍ଭୁକୁ ଯାଇଥିବା ରାସ୍ତାର ଜହ୍ନାପଙ୍କ ଛକ ନିକଟରେ ଏକଫୁଟ ଗଭୀର ବିଶିଷ୍ଟ ଏକ ଗର୍ତ୍ତ ହୋଇଛି । ଯାହାଫଳରେ ବିପଦକୁ ଆମନ୍ତ୍ରଣ କରୁଛି । ପ୍ରତିଦିନ ଏହି ରାସ୍ତା ଦେଇ ଦୈନିକ ବଜାର, ବ୍ୟାଙ୍କ, ପୋଷ୍ଟ ଅଫିସ ଏବଂ ଐତିହାସିକ ଗନ୍ଧରାଡ଼ି ମନ୍ଦିରକୁ ଜିଲ୍ଲା ତଥା ଜିଲ୍ଲା ବାହାର ଲୋକ ଦର୍ଶନ କରିବାକୁ ଯାଇଥାନ୍ତି । ଏହି ଗାତରେ ପଡି ଦୁର୍ଘଟଣାର ଶିକାର ହେବାର ଆଶଙ୍କା ରହିଛି । ସାମାନ୍ୟ ବର୍ଷାହେଲେ ଏହି ଗାତରେ ପାଣି ଜମିବା ଦ୍ୱାରା ଲୋକେ ଏହାର ଗଭୀରତା ଜାଣିନପାରି ମୋଟର ସାଇକେଲରେ ଯିବାବେଳେ ଦୁର୍ଘଟଣା ଘଟୁଥିବା ନଜିର ରହିଛି । ସୂଚନାଯୋଗ୍ୟ ଯେ ଅପ୍ରେଲ ମାସରେ ଏଲ ଏଣ୍ଡ ଟି ପାଇପ ପୋତିବା ପାଇଁ ଗାତ ଖୋଳି ଭଲଭାବେ ପୋତାଯାଇନଥିବାରୁ ଗାଡିମୋଟର ଯାଇ ଖାଲ ବଢ଼ିବାରେ ଲାଗିଛି । ତୁରନ୍ତ ଏହାର ମରାମତି କରିବାକୁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

seventeen + 14 =