ବୌଦ୍ଧଜିଲ୍ଲା ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ମିଳିତ ସଂଘ ତରଫରୁ ସ୍ମାରକପତ୍ର ପ୍ରଦାନ

0 163

ବୌଦ୍ଧ, ୯/୮- ଆଜି ବୌଦ୍ଧଜିଲ୍ଲା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚ ଶାଖା ତରଫରୁ ୫ ଦଫା ଦାବିନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଦାବିଗୁଡିକ ମଧ୍ୟରେ ପ୍ରତ୍ୟେକ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜକୁ ଗତ ଜାନୁଆରୀ ୨୦୧୮ ମସିହାଠାରୁ ସପ୍ତମ ବେତନର ପ୍ରଚଳନ, ସ୍କୁଲ ଓ କଲେଜ ମାନଙ୍କରେ ଥିବା ଅସଙ୍ଗତି ଦୂରକରି ଅନୁଦାନ ପାଇଁ ଯୋଗ୍ୟ ସମସ୍ତ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ସ୍କୁଲ କଲେଜ କର୍ମଚାରୀଙ୍କୁ ପୂର୍ଣ୍ଣ ଚାକିରି ସର୍ତ୍ତାବଳୀସହ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ, ପ୍ରତ୍ୟେକ ସ୍କୁଲ ଓ କଲେଜରେ ଖାଲିଥିବା ପଦବୀଗୁଡିକ ପୂରଣ, ଚାକିରୀ ଅବସର ସମୟସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି ପ୍ରମୁଖ ରହିଛି । ଦାବିପତ୍ର ପ୍ରଦାନ ସମୟରେ ମିଳିତିମଞ୍ଚ ତରଫରୁ ଆବାହକ ମାନଭଞ୍ଜନ ତ୍ରିପାଠୀ, ପ୍ରତାପ ରଥ, ଓଷ୍ଟା ବୌଦ୍ଧଜିଲ୍ଲା ସଭାପତି ନିରୋଦ ମେହେର, ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତୃପ୍ତିରଞ୍ଜନ ଦାନୀ ସମେତ ଜିଲ୍ଲାର ବିଭିନ୍ନ ସ୍କୁଲ କଲେଜରୁ ୫୦ଜଣ ସଦସ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

16 − 15 =