ବୌଦ୍ଧର ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ରଙ୍କ ପରଲୋକ

0 678

ବୌଦ୍ଧ,୯ା୮: ବୌଦ୍ଧଜିଲ୍ଲାର ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ରଙ୍କ ଆଜି ସନ୍ଧ୍ୟାରେ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଦୀର୍ଘ ୫୦ ବର୍ଷ ଧରି ରାଜ୍ୟର ବିଭିନ୍ନ ସମ୍ବାଦପତ୍ରରେ ସାମ୍ବାଦିକତା କରି ସେ ସୁନାମ ଅର୍ଜନ କରିଥିଲେ । ସାମ୍ବାଦିକତା, ସାହିତ୍ୟ ଏବଂ ଅନେକ ସମାଜସେବାରେ ସେ ନିଜକୁ ନିୟୋଜିତ କରିଥିଲେ । ସେ ଜଣେ ପରୋପକାରୀ ଓ ମେଳାପୀ ବ୍ୟକ୍ତି ଥିଲେ । ପରାମର୍ଶଦାତା ଭାବେ ସମସ୍ତଙ୍କୁ ବିଭିନ୍ନ ଗଠନମୂଳକ ପରାମର୍ଶ ଦେଉଥିଲେ । ଜୀବନର ଶେଷସମୟ ପର୍ଯ୍ୟନ୍ତ ସେ ସମ୍ବାଦପତ୍ର ସହିତ ଜଡିତ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା ।ତ୍ସୁସ୍ଥ ଥିବା ଶ୍ରୀ ମିଶ୍ର ଆଜି ସନ୍ଧ୍ୟାରେ ହଠାତ୍‌ ଘରେ ପଡିଯିବାପରେ ତାଙ୍କୁ ବୌଦ୍ଧ ଡାକ୍ତରଖାନାକୁ ନିଆଯାଇଥିଲା ।

hiring

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କରି ମୃତ୍ୟୁଖବର ପାଇ ସାମ୍ବାଦିକ ମହଲରେ ତଥା ବୌଦ୍ଧ ସହରରେ ଶୋକର ଛାୟା ଖେଳିଯାଇଛି । ‘ହୀରାଞ୍ଚଳ’ ସଂପାଦକ ଯୁଗଳ କିଶୋର ସାମଲ ତାଙ୍କରି ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ବୌଦ୍ଧର ସମସ୍ତ ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରିଛନ୍ତି । ଏକମାତ୍ର ପୁତ୍ର ପାଖରେ ଥିବାବେଳେ ସହରରୁ ବାହାରେ ରହୁଥିବା ପରିବାରର ଅନ୍ୟାନ୍ୟ ସଦସ୍ୟମାନେ ପହଞ୍ଚିବାପରେ ଆସନ୍ତାକାଲି ଶେଷକୃତ୍ୟ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

eighteen + 20 =