ମନମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ପରୀକ୍ଷା ବନ୍ଦ, ଲୋକେ ହନ୍ତସନ୍ତ

0 1,596

ବୌଦ୍ଧ,୧୭/୫- ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି କୋଭିଡ୍‌ ପରୀକ୍ଷା ହୋଇପାରି ନଥିବା ଯୋଗୁଁ ପରୀକ୍ଷା ପାଇଁ ଆସିଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କୋଭିଡ୍‌ ପରୀକ୍ଷା ଦାୟିତ୍ୱରେଥିବା କର୍ମଚାରୀ ନିଜେ କରୋନା ପଜିଟିଭ ଚିହ୍ନଟ ହେବାପରେ ଆଜି ମନମୁଣ୍ଡା ଡାକ୍ତରଖାନାରେ କୋଭିଡ୍‌ ପରୀକ୍ଷା ବନ୍ଦ କରାଯାଇଥିଲା । ଫଳରେ କଣ୍ଟାମାଳ ବ୍ଲକର ବହୁ ଦୂରଦୁରାନ୍ତରୁ ଆସିଥିବା ଲୋକେ ନାହିଁନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା । ଲକ ଡାଉନ୍‌ ସମୟରେ ଯାନବାହାନ ଚଳାଚଳ ହେଉନଥିବା ହେତୁ ଓ କୋଭିଡ୍‌ ନାମ ଶୁଣି ଗାଡିବାଲା ଭଡାରେ ମଧ୍ୟ ଆସିବାକୁ ଅମଙ୍ଗ ହେଉଥିବା ଏବଂ ଅଧିକ ଭଡା ଦାବି କରୁଥିବାରୁ ଲୋକେ ଚିନ୍ତାରେ ପଡିଥିଲେ । କେତେକ ବ୍ୟକ୍ତି କୋଭିଡ୍‌ ପରୀକ୍ଷା ପାଇଁ ବୌଦ୍ଧ ଆସିଥିଲେ ଓ ଖର୍ଚ୍ଚାନ୍ତ ହୋଇଥିଲେ ।ପରୀକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କ କୋଭିଡ୍‌ ପଜିଟିଭ ବାହାରିବା ପରେ ତାଙ୍କ ସ୍ଥାନରେ ଅନ୍ୟ କର୍ମଚାରୀଙ୍କୁ ଦାୟିତ୍ୱ ନଦେଇ ସ୍ୱାସ୍ଥ୍ୟ ବିଭାଗ ଯେଉଁ ଚରମ ଅବହେଳା କରିଛି ତାକୁ ଜନସାଧାରଣରେ ନିନ୍ଦା କରାଯାଇଛି । ସେହିପରି ଲୋକଙ୍କ ସୁବିଧା ଦୃଷ୍ଟିରୁ କଣ୍ଟାମାଳ ଡାକ୍ତରଖାନାରେ ମଧ୍ୟ କୋଭିଡ୍‌ ପରୀକ୍ଷା ବ୍ୟବସ୍ଥା କରାଯିବା ପାଇଁ ଦାବି ହେଉଛି । କଣ୍ଟାମାଳ ବ୍ଲକ୍‌ ଅଞ୍ଚଳରେ କରୋନା ତାର କାୟାବିସ୍ତାର କରି ଚାଲିଥିବା ବେଳେ ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟିଦେବାକୁ ଜନସାଧାରଣ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × 5 =