ବିଶୋଧନ ହେଉନି ସ୍କୁଲ, ଚିନ୍ତାରେ ଶିକ୍ଷକ ଓ ଅଭିଭାବକ

0 157

ଜହ୍ନାପଙ୍କ,୧୧/୮ – ଗତ ମେ ମାସରେ ବୌଦ୍ଧବ୍ଲକ ତେଲିବନ୍ଧ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କରାଯାଇଥିଲା । ଯାହାଫଳରେ ରାଜ୍ୟବାହାରୁ ଆସିଥିବା ପ୍ରବାସୀ ଶ୍ରମିକ ୨୧ଦିନ ଏଠାରେ ରହି ନିଜନିଜ ଘରକୁ ଫେରିଥିଲେ । ସେହି ପରିପ୍ରେକ୍ଷୀରେ ତେଲିବନ୍ଧ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩୯ଜଣ ପ୍ରବାସୀ ରହିଥିଲେ ଏବଂ ସେଥିମଧ୍ୟରୁ ୫ଜଣ ପ୍ରବାସୀଙ୍କ କରୋନା ପଜିଟିଭ ବାହାରିଥିଲା । ସଙ୍ଗରୋଧ କେନ୍ଦ୍ରରୁ ମେ ୨୩ ତାରିଖରେ ଘରକୁ ଯାଇଥିଲେ ପ୍ରବାସୀ ଓଡିଆ । କିନ୍ତୁ ସେହିଦିନଠୁ ଏହି କେନ୍ଦ୍ରକୁ ବିଶୋଧନ କରାଯାଇନଥିବାରୁ ବିଦ୍ୟାଳୟକୁ ନାମ ଲେଖାଇବାକୁ ଆସୁଥିବା ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏପରିକି ଶିକ୍ଷକମାନେ ଗଛତଳେ ବସି ନାମଲେଖା କାର୍ଯ୍ୟ ତୁଲାଉଥିବା ସୂଚନା ମିଳିଛି । ଏନେଇ ସରପଞ୍ଚଙ୍କୁ ବାରମ୍ବାର କହିଥିଲେ ମଧ୍ୟ କିଛି ଲାଭ ହୋଇନାହିଁ । ଆଗକୁ ଅଗଷ୍ଟ ୧୫ ଆସୁଥିବାରୁ ତୁରନ୍ତ ଏହି ବିଦ୍ୟାଳୟକୁ ବିଶୋଧନ କରିବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

4 − 2 =