ବୌଦ୍ଧ/ବାଉଁଶୁଣୀ,୨୪/୧- ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ପଞ୍ଚାୟତ କମ୍ପରା ଗ୍ରାମର ଅଇଁଠୁ ଉର୍ମାଙ୍କ ସ୍ତ୍ରୀ ଜାହ୍ନବୀ ଉର୍ମା ଆଜିପର୍ଯ୍ୟନ୍ତ ଚାଉଳ ଏବଂ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଭାରତ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିନ କରିବାକୁ ଯାଉଥିବାବେଳେ ତଥା ଭାରତର ମହାତ୍ମାଗାନ୍ଧୀ ଡ. ଆମ୍ବେଦକର ତଥା ପ୍ରଧାନମନ୍ତ୍ରୀ ଦେଖୁଥିବା ସ୍ୱପ୍ନ ସବକା ସାଥ୍ ସବକା ବିକାଶ ନାରାଦେଉଥିବା ଏବଂ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟାଯାଉଥିବାବେଳେ ଏକ ଅଭାବନୀୟ ଘଟଣା ତେଲିବନ୍ଧ ପଞ୍ଚାୟତରରେ ଦେଖିବାକୁ ମିଳିଛି ।ଏହି ବୃଦ୍ଧା ଜଣଙ୍କ ପୂର୍ବରୁ ୩୫ କେଜିଆ ଚାଉଳ ପାଉଥିଲେ ହେଲେ ଏବେ ପଞ୍ଚାୟତକୁ ଗଲେ ତାଙ୍କ ନାମ ନଥିବା କୁହାଯାଉଛି । ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭକରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରି ନିରାଶ ହୋଇ ଛନ୍ତି ଏହି ବୃଦ୍ଧାଜଣକ । ତୁରନ୍ତ ଏହି ବୃଦ୍ଧାଙ୍କୁ ଭତ୍ତା ଓ ଚାଉଳ ଯୋଗାଇ ଦେବାକୁ ଜନସାଧାରଣରେ ଦାବି ହେଉଛି ।