ହୀରାଂଚଳ ଲାଇଭର ପ୍ରଭାବ, ଯାତ୍ରୀ ବିଶ୍ରାମଗାର ପାଇଁ ମଞ୍ଜୁର ହେଲା ଅର୍ଥ

0 253

ବୌଦ୍ଧ/ଜହ୍ନାପଙ୍କ,୧୧/୨- ବୌଦ୍ଧ ବ୍ଲକ ଖୁଂଟବନ୍ଧ ପଞ୍ଚାୟତ ଜହ୍ନାପଙ୍କରେ ଯାତ୍ରୀ ବିଶ୍ରାମଗାର ପାଇଁ ଦାବି ଖବର ଶୀର୍ଷକ ବାରମ୍ବାର ହୀରାଂଚଳରେ ପ୍ରକାଶ ପାଇବାପରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ବୌଦ୍ଧ ବିଡ଼ିଓ ଦେବୀ ପ୍ରସାଦ ଦାସଙ୍କ ନିକଟକୁ ପଠାଇଥିଲେ । ଏବଂ ଏହା ମଞ୍ଜୁର ହୋଇଥିବା ଶ୍ରୀ ପ୍ରଧାନ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ବିଶ୍ରାମଗାର ସହିତ ମହିଳା ଓ ପୁରୁଷଙ୍କ ପାଇଁ ପରିସ୍ରାଗାର ହେବ ବୋଲି କହିଛନ୍ତି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ମଧ୍ୟ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ୫ ଟି ପଂଚାୟତର କେନ୍ଦ୍ରବିନ୍ଦୁ ଜହ୍ନାପଙ୍କ ହୋଇଥିବାବେଳେ ଏଠାରେ ପ୍ରାରମ୍ଭିକ ବିଦ୍ୟାଳୟ ଠାରୁ ଆରମ୍ଭକରି ମାଧ୍ୟମିକ ବିଦ୍ୟାଳୟ, ପୋଷ୍ଟ ଅଫିସ, ବ୍ୟାଙ୍କ, ପ୍ରାଣୀସହ ।ୟକ କେନ୍ଦ୍ର ଅନୁଷ୍ଠାନ ଥିବାବେଳେ ପ୍ରତ୍ୟହ ଏଠାରୁ ଦୂରଦୂରାନ୍ତକୁ ଯିବାପାଇଁ ଖରା, ବର୍ଷା, ଶୀତ କାକରରେ ଯାତ୍ରୀମାନେ ବସ୍‌କୁ ଅପେକ୍ଷା କରିଥାନ୍ତି । ଏନେଇ ଗ୍ରାମବାସୀ ତଥା ଅଞ୍ଚଳବାସୀ ସ୍ଥାନୀୟ ବିଧାୟକଠୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନେଇନଥିଲେ । ଫଳରେ ପୁନଃଶ୍ଚ ଗ୍ରାମବାସୀ ଓ ଅଂଚଳବାସୀ ଯାତ୍ରୀବିଶ୍ରାମାଗାର ନିର୍ମାଣ ପାଇଁ ଜାନୁଆରୀ ୩୦ ତାରିଖରେ ଖୁଂଟବନ୍ଧ ସରପଞ୍ଚ ମିତ୍ରଭାନୁ ପ୍ରଧାନଙ୍କୁ ଏକ ଦାବିପତ୍ର ଦେଇଥିଲେ । ଦାବିପତ୍ର ପ୍ରଦାନ ସମୟରେ ମାରୁତି ଯୁବକ ସଂଘର ସଭାପତି ସୁଧାଂଶୁ ଶେଖର ମିଶ୍ର, ସ୍ୱେଚ୍ଛାସେବୀ ସ୍ୱାଧୀନ କୁମାର ପ୍ରଧାନ ଓ ପ୍ରକାଶ ବାରିକ ଉପସ୍ଥିତ ଥିଲେ । ଅଂଚଳବାସୀଙ୍କ ଅସୁବିଧାକୁ ଉପଲବ୍ଧ କରି ସରପଂଚ ଶ୍ରୀ ପ୍ରଧାନ ତ୍ୱରିତ ପଦକ୍ଷେପ ନେଇଥିବାରୁ ମାରୁତି ଯୁବକ ସଂଘର ସମସ୍ତ କର୍ମକର୍ତ୍ତା, ଗ୍ରାମ୍ୟ ବିକାଶ ପରିଷଦ ବୁରକଟାର କର୍ମକର୍ତ୍ତା ସମେତ ଲକ୍ଷ୍ମୀପ୍ରସାଦ ସରପଂଚ ରାଜେନ୍ଦ୍ର ମେହେର, ତେଲିବନ୍ଧ ସରପଂଚ ନଳିନୀ ପଲିଆ,ପଦ୍ମନପୁର ସରପଂଚ ପ୍ରତାପ ପରିଡ଼ା, ମୁଣ୍ଡପଡା ସରପଂଚ ବିଦ୍ୟାଧର ସ୍ୱାଇଁ, ବ୍ରାହ୍ମଣୀପ ।ଲି ସରପଂଚ ସୁଷମା ବାଘ, ଶ୍ରୀ ପ୍ରଧାନଙ୍କ ଏପରି ମହତ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

9 − nine =