ବୌଦ୍ଧ,୨୬/୧୨ – କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ୨୪ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କଣ୍ଟାମାଳ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ଜିଲ୍ଲା ବିଜେଡିର ପର୍ଯବେକ୍ଷକ କୃତିବାସ ପାତ୍ର ଯୋଗଦେଇଥିଲେ । ଦଳକୁ ତୃଣମୂଳ ସ୍ତରରୁ ଆହୁରି ସଂଗଠିତ କରିବାପାଇଁ ସମସ୍ତ କର୍ମୀ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଶ୍ରୀ ପାତ୍ର ଆହ୍ୱାନ ଦେଇଥିଲେ । କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳର ସଭାପତି ମହୀଧର ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକ୍ ସଭାପତି ବିପିନ୍ ବିହାରୀ ଭୋଇ, ବୌଦ୍ଧ ବ୍ଲକ୍ ଅଧ୍ୟକ୍ଷା ରେବତୀ ମହାଲିିକ, ୨ ନମ୍ବର୍ ଜିଲ୍ଲା ପରିଷଦ ସଦସ୍ୟା ମମତା ପ୍ରଧାନ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ତଥା ମିଡିଆ ସେଲ୍ର ସଂଯୋଜକ ପ୍ରଶାନ୍ତ କୁମାର ରଣା ସଭା ପରିଚାଳନା କରିଥିବାବେଳେ ଆଦିବାସୀ ହରିଜନ ସେଲ୍ର ସଭାପତି ଦେବୀ ପ୍ରସାଦ ନାଏକ ଧନ୍ୟବାଦ ଦେଇଥିଲେ । ସଭାରେ ବ୍ଲକ୍ ଯୁବ ସଭାପତି ଶମ୍ଭୁ ପ୍ରସାଦ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ମୁକ୍ତାସିନୀ ମଲ୍ଲିକ, ବରିଷ୍ଠ ବିଜେଡି ନେତା ଅଲେଖ ଥାଟି, ରମଣୀ ରଂଜନ ପ୍ରଧାନ, ଘନଶ୍ୟାମ ବୁଡାଏକ, ରାଧା ବଲ୍ଲଭ ପ୍ରଧାନ, ସାର୍ଦୁଲ ନାଗ, ବିପିନ୍ ପ୍ରଧାନଙ୍କ ସମେତ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ କର୍ମୀମାନେ ଯୋଗ ଦେଇଥିଲେ ।