ପ୍ରାଣୀ ଚିକିତ୍ସାଳୟ ରବିବାର ବନ୍ଦ ରହୁଛି, ବଢୁଛି ଅସନ୍ତୋଷ

0 131

ବୌଦ୍ଧ /ଜହ୍ନାପଙ୍କ,୨୩/୫- ବୌଦ୍ଧ ବ୍ଳକ ଜହ୍ନାପଙ୍କଠାରେ ଥିବା ପ୍ରାଣୀ ଚିକିତ୍ସାଳୟ ରବିବାର ବନ୍ଦ ରହୁଥିବାରୁ ଜନସାଧାରଣ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କେତେକ ବ୍ୟକ୍ତି ଗାଈ ତଥା ନିଜ ଗୃହପାଳିତ ପଶୁପକ୍ଷୀଙ୍କୁ ଚିକିତ୍ସା ପାଇଁ ରବିବାର ଚିକିତ୍ସାଳୟକୁ ଆଣିଥିବାବେଳେ ସେଠାରେ ପ୍ରାଣୀ ନିରୀକ୍ଷକ କିମ୍ବା କୌଣସି କର୍ମଚାରୀ ଉପସ୍ଥିତ ନଥିଲେ । ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ସ୍ଥାନୀୟ ବାସିନ୍ଦା ଅଶୋକ ମଲ୍ଲିକ ତାଙ୍କ ଗାଈର ଚିକିତ୍ସା ପାଇଁ ସେଠାକୁ ଆସିଥିବା ବେଳେ ପ୍ରାଣୀ ଚିକିତ୍ସାଳୟ ବନ୍ଦ ଥିବାରୁ ନିରାଶ ହୋଇ ଫେରିଥିଲେ । ସବୁ ରବିବାର ପ୍ରାଣୀ ଚିକିତ୍ସାଳୟ ବନ୍ଦ ଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି । ପ୍ରାଣୀ ନିରୀକ୍ଷକ ଘରକୁ ଚିକିତ୍ସା ପାଇଁ ଆସିଲେ ୟୁଜର୍ସ ଫି ସରକାରୀ ଭାବେ ୩୦ ଟଙ୍କା ଥିବାବେଳେ ୧୦୦ ଟଙ୍କା ଓ ତାଠାରୁ ଅଧିକ ଅର୍ଥ ଦାବି କରୁଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଅତୀତରେ ବୌଦ୍ଧ ସିଡିଭିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ତାର କିଛି ପ୍ରତିକାର ହେଉନାହିଁ । ଏସମ୍ପର୍କରେ ୱାର୍ଡ ସଭ୍ୟ ଆଲୋକ ପ୍ରଧାନ ଓ ବିଶ୍ୱାମିତ୍ର ବାରିକ କହିଛନ୍ତି ଯେ ପ୍ରାଣୀଧନ ଚିକିତ୍ସାଳୟ ରବିବାର ବନ୍ଦ ରହୁଥିବା ସ୍ଥାନୀୟ ଜନସାଧାରଣ ସବୁବେଳେ ଅଭିଯୋଗ କରି ଆସୁଛନ୍ତି । ଏଦିଗରେ ବିହିତ ପଦକ୍ଷେପ ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ଅଞ୍ଚଳବାସୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

13 − one =