ବୌଦ୍ଧ: ଜିଲ୍ଲାରେ ୨୦୬ ଆକ୍ରାନ୍ତ ଚିହ୍ନଟ, ଆଜି ସୁଦ୍ଧା ମୋଟ୍‌ ୮୯୭୯ ଜଣ କରୋନା ପଜିଟିଭ

0 2,560

ବୌଦ୍ଧ,୨୬/୫- ଆଜି ଜିଲ୍ଲାରେ କରୋନା ଗ୍ରାଫ ଟିକିଏ ତଳମୁହାଁ ହୋଇଛି । ଆଜି ୨୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର୍‌ସିଂ ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ୨୦୬ ଆକ୍ରାନ୍ତ ମଧ୍ୟରୁ ବୌଦ୍ଧ ବ୍ଲକ୍‌ ଅଁଳାପାଲି ଗ୍ରାମ ପଞ୍ଚାୟତ ବାଦୀକଟା ଗ୍ରାମରୁ ୨ ଜଣ, ଆମ୍ବଝରୀ ଗ୍ରାମ ପଞ୍ଚାୟତ ଗୋଛାପଡା ଗ୍ରାମରୁ ୬ ଜଣ ଓ ନେନ୍ଦନ ଗ୍ରାମରୁ ୨ ଜଣ, ବଢିଗାଁ ଗ୍ରାମ ପଞ୍ଚାୟତ ବଲାସିଙ୍ଗା ଗ୍ରାମରୁ ୧ ଜଣ, ବଘିଆପଡା ଗ୍ରାମ ପଞ୍ଚାୟତ ଦୁର୍ଗାପ୍ରସାଦ ଗ୍ରାମରୁ ଓ କନକପୁର୍‌ ଗ୍ରାମରୁ ୨ ଜଣ ଓ ବଘିଆପଡା ଗ୍ରାମରୁ ୧ ଜଣ, ବହିରା ଗ୍ରାମ ପଞ୍ଚାୟତ ଜୁରାମୁଣ୍ଡା ଗ୍ରାମରୁ ୩ ଜଣ ଓ ବଡ ଝାରକଟା ଗ୍ରାମରୁ ୧ ଜଣ, ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଡିମିରିପାଲି ଗ୍ରାମରୁ ୨ ଜଣ, ବ୍ରାହ୍ମଣପାଲି ଗ୍ରାମ ପଞ୍ଚାୟତ ବିଜାପଦର୍‌ ଗ୍ରାମରୁ ୧ ଜଣ, ଗୋଛାପଡା ଗ୍ରାମ ପଞ୍ଚାୟତ ଟାଲୁପାଲି ଗ୍ରାମରୁ ୨ ଜଣ, ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ଟୁନିଖମାର୍‌ ଗ୍ରାମରୁ ୧ ଜଣ, କସୁରବନ୍ଧ ଗ୍ରାମ ପଞ୍ଚାୟତ କସୁରବନ୍ଧ, ବାଗଡିଆ ଓ ପଦମ୍‌ପୁର୍‌ ଗ୍ରାମରୁ ୧ ଜଣ ଲେଖାଏଁ, ଖୁଣ୍ଟ ବନ୍ଧ ଗ୍ରାମ ପଞ୍ଚାୟତ ଚଣ୍ଡିଗଡ ଗ୍ରାମରୁ ୧ ଜଣ, ଲକ୍ଷ୍ମୀପ୍ରସାଦ ଗ୍ରାମରୁ ୨ ଜଣ, ମନୁପାଲି ଗ୍ରାମ ପଞ୍ଚାୟତ କନାପଡା ଗ୍ରାମରୁ ୨ ଜଣ ଓ ଦୀଗିଗ୍ରାମରୁ ୧ ଜଣ, ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ବଲାକିରା ଓ ଗୋପୀନାଥପୁର୍‌ ଗ୍ରାମରୁ ୧ ଜଣ ଲେଖାଏଁ ଓ ମୁଣ୍ଡିପଦର ଗ୍ରାମରୁ ୨୨ ଜଣ, ମୁଣ୍ଡାପଡା ଗ୍ରାମ ପଞ୍ଚାୟତ ମୁଣ୍ଡାପଡା, ଖମାରୀପଡା ଓ ବଡମାଲ ଗ୍ରାମରୁ ୧ ଜଣ ଲେଖାଏଁ, ବଲାସିଙ୍ଗା ଆଈଆରବି ବାଟାଲିୟନରୁ ୧ ଜଣ, ପଦ୍ମନପୁର୍‌ ଗ୍ରାମରୁ ୧ ଜଣ, ରକସା ଗ୍ରାମ ପଞ୍ଚାୟତ କିରାସିରା ଗ୍ରାମରୁ ୧ ଜଣ, ଶଗଡା ଗ୍ରାମ ପଞ୍ଚାୟତ ଝଗଡଗାଡିଆ ଗ୍ରାମରୁ ୨ ଜଣ ଓ ପୌକା ଓ ଭାଲିଆ ପଦର ଗ୍ରାମରୁ ୧ ଜଣ ଲେଖାଏଁ, ତାଲସରଡା ଗ୍ରାମ ପଞ୍ଚାୟତ କଙ୍କଲା ଗ୍ରାମରୁ ୩ ଜଣ ଓ ତାଲସରଡା ଗ୍ରାମରୁ ୧ ଜଣ, ତେଲିବନ୍ଧ ଗ୍ରାମ ପଞ୍ଚାୟତ କମ୍ପରା ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍‌ ବାମଣ୍ଡା ଗ୍ରାମ ପଞ୍ଚାୟତ ବାମଣ୍ଡା ଗ୍ରାମରୁ ୧୮ ଜଣ ଓ ତାଳବାହାଲ୍‌ ଗ୍ରାମରୁ ୧ ଜଣ, ବନ୍ଧାପଥର ଗ୍ରାମରୁ ୨ ଜଣ, ବାଣୀଭୂଷଣପୁର ଗ୍ରାମ ପଞ୍ଚାୟତ ମାର୍‌ଦ୍ଦିଙ୍ଗ ଗ୍ରାମରୁ ୨ ଜଣ ଓ ବାହାଲି ଗ୍ରାମରୁ ୧ ଜଣ, ଧଳପୁର୍‌ ଗ୍ରାମ ପଞ୍ଚାୟତ ଧଳପୁର୍‌ ଗ୍ରାମରୁ ୨ ଜଣ ଓ ସାକୁସିଙ୍ଗା ଗ୍ରାମରୁ ୧ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ବୁକେସିଙ୍ଗା ଗ୍ରାମରୁ ୧ ଜଣ ଓ ହରଭଙ୍ଗା ଗ୍ରାମରୁ ୩ ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ ଲକ୍ଷ୍ମଣପୁର୍‌ ଓ କରଞ୍ଜକଟା ଗ୍ରାମରୁ ୧ ଜଣ ଲେଖାଏଁ, କୁଶଙ୍ଗ ଗ୍ରାମରୁ ୧ ଜଣ, ଲୁଣିବାହାଲ୍‌ ଗ୍ରାମ ପଞ୍ଚାୟତ ବଡ଼ବନ୍ଧ ଓ ବାରବାନୀ ଗ୍ରାମରୁ ୧ ଜଣ ଲେଖାଏଁ, ମଥୁରା ଗ୍ରାମରୁ ୧ ଜଣ, ପୀତାମ୍ବରପୁର୍‌ ଗ୍ରାମ ପଞ୍ଚାୟତ ବ୍ରାହ୍ମଣ ଗାଆଁରୁ ୧ ଜଣ, ପୁରୁଣାକଟକ ଗ୍ରାମ ପଞ୍ଚାୟତ ପୁରୁଣା କଟକ ଓ ଜବଲପୁର୍‌ ଗ୍ରାମରୁ ୧ ଜଣ ଲେଖାଏଁ, ରାଧାନଗର ଗ୍ରାମପଞ୍ଚାୟତ ରାୟପୁର ଗ୍ରାମରୁ ୧ ଜଣ, ରାମଗଡ ଗ୍ରାମ ପଞ୍ଚାୟତ କୋଇଲିସୁତା ଗ୍ରାମରୁ ୪ ଜଣ ଓ କୋଡାପଡା ଗ୍ରାମରୁ ୧ ଜଣ, ସାଂପୋଚ ଗ୍ରାମ ପଞ୍ଚାୟତ ରାମ୍ଭିକଟା ଓ ଭରତାପୁର୍‌ ଗ୍ରାମରୁ ୧ ଜଣ ଲେଖାଏଁ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ରାଉତପଡା ଓ ସଙ୍କୁଲେଇ ଗ୍ରାମରୁ ୧ ଜଣ ଲେଖାଏଁ, ସରସରା ଗ୍ରାମରୁ ୨ ଜଣ, ତଳଗାଁ ଗ୍ରାମ ପଞ୍ଚାୟତ ସାନଭର୍ତ୍ତା ଗ୍ରାମରୁ ୧ ଜଣ, ତିଲେଶ୍ୱର ଗ୍ରାମ ପଞ୍ଚାୟତ ତିଲେଶ୍ୱର ଗ୍ରାମରୁ ୩ ଜଣ ଓ ବୁରୁବୁଡା ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍‌ ବିଲାସପୁର ଗ୍ରାମ ପଞ୍ଚାୟତ ଅସିନୀବିର୍‌ ଓ କଦମ୍‌ପାଲ ଗ୍ରାମରୁ ୧ ଜଣ ଲେଖାଏଁ ଓ ପଦରପଡା ଗ୍ରାମରୁ ୩ ଜଣ, ଦପଲା ଗ୍ରାମ ପଞ୍ଚାୟତ ବଉଳ ସିଙ୍ଗା ଓ ପରତଲା ଗ୍ରାମରୁ ୨ ଜଣ ଲେଖାଏଁ ଓ ଦପଲା ଗ୍ରାମରୁ ୪ ଜଣ, ଗୁଡଭେଲିପଦର୍‌ ଗ୍ରାମ ପଞ୍ଚାୟତ ଡଙ୍ଗାଝୋଲ ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ବଡ଼ ଛପାପାଲି ଗ୍ରାମରୁ ୨ ଜଣ, କଣ୍ଟାମାଳ ଗ୍ରାମରୁ ୪ ଜଣ ଓ ବନ୍ଧପାଲି, ଶିମିଳିକଟା ଓ ଉଦେପୁର୍‌ ଗ୍ରାମରୁ ୧ ଜଣ ଲେଖାଏଁ, ଖଲିଆପାଲି ଗ୍ରାମ ପଞ୍ଚାୟତ ଖଲିଆପାଲି ଗ୍ରାମରୁ ୩ ଜଣ ଓ ବରପଦର ଗ୍ରାମରୁ ୧ ଜଣ, ଖଟଖଟିଆ ଗ୍ରାମ ପଞ୍ଚାୟତ ଦମାମୁଣ୍ଡା ଓ ଜାଲପାଲି ଗ୍ରାମରୁ ୨ ଜଣ ଲେଖାଏଁ ଓ ଫଟାମୁଣ୍ଡା ଗ୍ରାମରୁ ୧ ଜଣ, କୁଲୁତାଜୋର୍‌ ଗ୍ରାମପଞ୍ଚାୟତ ନୂଆଁପାଲି ଗ୍ରାମରୁ ୨ ଜଣ ଓ ବରପଦର ଗ୍ରାମରୁ ୧ ଜଣ, ଲମ୍ବସରୀ ଗ୍ରାମ ପଞ୍ଚାୟତ ଲମ୍ବସରୀ, ବେହେରାପଡା ଓ ପିଣ୍ଡା ପଦର ଗ୍ରାମରୁ ୧ ଜଣ ଲେଖାଏଁ, ମନମୁଣ୍ଡା ଗ୍ରାମ୍‌ ପଞ୍ଚାୟତ ଭୁର୍କୀପଡା ଓ ନୁର୍ପା ଗ୍ରାମରୁ ୨ ଜଣ ଲେଖାଏଁ ଓ ଯୋଗୀପଦର ଓ ମନମୁଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ, ନାରାୟଣ ପ୍ରସାଦ ଗ୍ରାମ ପଞ୍ଚାୟତ ନାରାୟଣ ପ୍ରସାଦ ଓ ସାନଅସୁର ଗ୍ରାମରୁ ୧ ଜଣ ଲେଖାଏଁ, ପଲସାଗୋରା ଗ୍ରାମ ପଞ୍ଚାୟତ ପଲସାଗୋରା ଗ୍ରାମରୁ ୧ ଜଣ ଓ ପିପଲପାଲି ଗ୍ରାମରୁ ୨ ଜଣ, ରେଙ୍ଗାଲି ଗ୍ରାମ ପଞ୍ଚାୟତ ଚାରପାଲି ଗ୍ରାମରୁ ୧ ଜଣ, ରୁଣ୍ଡିମହୁଲ ଗ୍ରାମ ପଞ୍ଚାୟତ ଶୁଲିଆ ଗ୍ରାମରୁ ୨ ଜଣ, ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ଶୁଣ୍ଢିପଦର ର ଓ କୁଣ୍ଢିପଦର ଗ୍ରାମରୁ ୨ ଜଣ ଲେଖାଏଁ ଓ ସେକାମାଲ୍‌ ଗ୍ରାମରୁ ୧ ଜଣ, ଉମା ଗ୍ରାମ୍‌ ପଞ୍ଚାୟତ ରେଘାମୁଣ୍ଡା ଗ୍ରାମରୁ ୨ ଜଣ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ବୁଟୁପାଲିରୁ ୪ ଜଣ, ବଗିଚାସାହିରୁ ୩ ଜଣ, ପୁରୁଣା ବ୍ଲକ୍‌ ଛକ ନିକଟରୁ ୨ ଜଣ, ଇରିଗେସନ୍‌ କଲୋନୀ, ଏଲଆଈସି କଲୋନୀ, ରାମେଶ୍ୱର ବିହାର, ଖଲିଆବଗିଚା, ଦାନୀସାହି, ମୁସଲିମ ପଡା ଓ ପୋଡାପଡା ଅଂଚଳର ୧ ଜଣ ଲେଖାଏଁ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜିର ଆକ୍ରାନ୍ତ ମାନଙ୍କୁ ମିଶାଇ ଆଜି ସୁଦ୍ଧା ଜିଲ୍ଲାରେ ମୋଟ୍‌ ୮୯୭୯ ଜଣ କରୋନା ପଜିଟିଭ ଜିଲ୍ଲାରେ ଚିହ୍ନଟ ହୋଇ ସାରିଛନ୍ତି । ଗତକାଲିସୁଦ୍ଧା କୋଭିଡରୁ ୫୪୯୦ ଜଣ ସୁସ୍ଥ ହୋଇଥିବା, ୪୩୬ ଜଣ ରିପୋର୍ଟ ଅପେକ୍ଷାରେ, ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟ ୩୨୫୩ ଥିବାବେଳେ ଜିଲ୍ଲାରେ କରୋନା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୩୦ ଜଣ ବୋଲି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

3 + 11 =