ବଙ୍କାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ

0 97

ବୌଦ୍ଧ,୮/୭- ବଙ୍କାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୨ ତମ ବନମହୋତ୍ସବ ପାଳିତ ହୋଇଯାଇଛି । ହରଭଙ୍ଗା ବି.ଇ.ଓ ଶ୍ରୀଯୁକ୍ତ ଦେବରାଜ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟକୁ ସବୁଜ ସୁନ୍ଦର କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଧାନ ଶିକ୍ଷକ ଚିନ୍ତାମଣି ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ହୋଇଥିବା କାର୍ଯ୍ୟକ୍ରମରେ ସି.ଆର.ସି.ସି ଧରଣୀଧର ମେହେର ,କରଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରାମଚନ୍ଦ୍ର ସାହୁ ଓ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ ।

hiring

ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟାଙ୍କ ସହଯୋଗରେ ବିଦ୍ୟାଳୟ ପରିସରରେ ବହଳ ,ଶିଶୁ ,ପିଜୁଳି ,ମନ୍ଦାର ,କୃଷ୍ଣଚୂଡା ,ଡାଳିମ୍ବ ,ଓ କାଞ୍ଚନ ଇତ୍ୟାଦି ଚାରା ରୋପଣ କରଯାଇଥିଲା । କାର୍ଯ୍ୟକ୍ରମ ସଫଳତା ଦୃଷ୍ଟିରୁ ପୂର୍ବ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ସୌମିତ୍ରୀ ପ୍ରସାଦ ପଲିଆ ,ବିଜୟ କୁମାର ସାହୁ , ଶ୍ୟାମମଣି ପଣ୍ଡା ,ଅଞ୍ଜଳିପ୍ରଭା ବହିଦାର ,ମାନିନୀ ବାଦି ,କମଳିନୀ ବେହେରା ,ସୌମ୍ୟଶ୍ରୀ ନନ୍ଦ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

four × two =