ବୌଦ୍ଧ,୬/୭- ପୂର୍ବରୁ ବୌଦ୍ଧ ଟାଉନହଲଠାରେ କେବଳ ୧୮ ରୁ ୪୪ବର୍ଷ ବୟସ୍କ ହିତାଧିକାରୀଙ୍କୁ ଟୀକା ଦିଆଯାଉଥିଲା ଓ ୪୫ରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ପୁରୁଣା ବ୍ଲକ କାର୍ଯ୍ୟାଳୟରେ ଟୀକା ଦିଆଯାଉଥିଲା । କିନ୍ତୁ ଆଜିଠାରୁ ଉଭୟ ବର୍ଗଙ୍କ ପାଇଁ ଟାଉନହଲଠାରେ ଟୀକା ଦେବାର ବ୍ୟବସ୍ଥା କରାଯାଇଛି । ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକା ଦେବା ସମୟ ସକାଳ ୮ଟାରୁ ମଧ୍ୟାହ୍ନ ସାଢେ ୧୨ଟା ରହିଥିବାବେଳେ ୪୫ରୁ ଉର୍ଦ୍ଧ୍ୱ ବୟସ୍କ ହିତାଧିକାରୀଙ୍କ ପାଇଁ ଅପରାହ୍ନ ୩ଟାରୁ ସାଢେ ୫ଘଣ୍ଟା ସମୟ ସ୍ଥିରୀକୃତ ହୋଇଛି । ହିତାଧିକାରୀମାନେ ସ୍ଥାନୀୟ ଟାଉନହଲ ଠାରେ ଠିକ୍ ସମୟରେ ପହଞ୍ଚି ଟୀକା ନେବାପାଇଁ ଟୀକାକରଣ ଅଧିକାରୀ ସୂଚନା ଦେଇଛନ୍ତି ।