ବୌଦ୍ଧ : ୩ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ସିଡିଏମଓ

0 2,220

ବୌଦ୍ଧ,୨/୭ – ଆଜି ବୌଦ୍ଧଜିଲ୍ଲାରେ ଯେଉଁ ୩ ଜଣଙ୍କ ଦେହରେ କରୋନା ପଜିଟିଭ ବାହାରିଛି ସେମାନଙ୍କ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥ୍ୟ ପ୍ରଦାନ କରିଛନ୍ତି । ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଆକ୍ରାନ୍ତ ଥିବା ଜଣାପଡିଛି । ଉଭୟ ମହିଳା ଅନ୍ୟ ରାଜ୍ୟରୁ ଫେରି ଜଣେ ଶଗଡା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଓ ଅନ୍ୟ ଜଣକ ବୌଦ୍ଧ ପଂଚାୟତ କଲେଜର କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ପୁରୁଷ ଆକ୍ରାନ୍ତ ଜଣକ ବୌଦ୍ଧ ବ୍ରିଜ ଛକରେ ଥିବା କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରର ସଫେଇ କର୍ମଚାରୀ ଅଟନ୍ତି । ସମସ୍ତଙ୍କୁ ବୌଦ୍ଧ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖି ଚିକିତ୍ସା କରାଯାଉଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

15 + sixteen =