ବୌଦ୍ଧ : ଜିଲ୍ଲାସ୍ତରୀୟ ୭୧ ତମ ବନ ମହୋତ୍ସବ ପାଳିତ

0 363

ବୌଦ୍ଧ,୭/୭ – ବୌଦ୍ଧ ବନଖଣ୍ଡ ଓ ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ବୌଦ୍ଧସହର ଏନଏସି ଛକ ଠାରେ ଆଜି ୭୧ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ଉତ୍ସବରରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ ଯୋଗଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଅବକାରୀ ଅଧୀକ୍ଷକ ଶାନ୍ତନୁ ଦାସ, ଅତିରିକ୍ତ ଜିଲ୍ଲାପାଳ ଏନ.ସି ଜ୍ୟୋତିରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାଗଣାରେ ଚାରାବଣ୍ଟନ କରାଯିବାସହ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ସମ୍ମାନୀତ ଅତିଥିଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ଏନଏସି ଛକଠାରେ କରାଯାଇଥିବା ଅସ୍ଥାୟୀ ଚାରାବଣ୍ଟନ କେନ୍ଦ୍ରକୁ ମଧ୍ୟ ମୁଖ୍ୟଅତିଥି ଉଦଘାଟନ କରିଥିଲେ । ବିଗତ ବର୍ଷ ମାନଙ୍କରେ ବୌଦ୍ଧ ବନଖଣ୍ଡରେ ଜଙ୍ଗଲର ରକ୍ଷଣାବେକ୍ଷଣ ଓ ବନୀକରଣ ଯୋଗୁଁ ଜଙ୍ଗଲର ଅଭିବୃଦ୍ଧି ଘଟିଥିବା ଡିଏଫଓ ଶ୍ରୀ ସେଠୀ ସୂଚନା ଦେଇଥିଲେ । ଏହି ଅବସରରେ ଅତିଥିମାନେ ଭ୍ରାମ୍ୟମାଣ ଚାରାବିତରଣ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳକୁ ଯାଇ ଚାରାବଣ୍ଟନ କରିବ ।
ଆଜିର କାର୍ଯ୍ୟକ୍ରମକୁ ସହକାରୀ ବନସଂରକ୍ଷକ ରାଜେନ୍ଦ୍ର ଗୋଚ୍ଛାୟତ ଓ ଜିତେନ୍ଦ୍ର ବେହେରା ପରିଚାଳନା କରିଥିବାବେଳେ ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ଜିଲ୍ଲା ଇକୋ କ୍ଲବର ସଂଯୋଜକ ସ୍ୱରାଜ କୁମାର କହଁର, ବନରକ୍ଷୀ ରବିନ୍ଦ୍ର ବାରିକ ଉପସ୍ଥିତ ଥିଲେ । ଏହି ଅବସରରେ ସୁନାଝରୀ ବନ ସଂରକ୍ଷଣ ସମିତିକୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ବନ ସଂରକ୍ଷଣ ସମିତି ଭାବେ ୨ଲକ୍ଷ ଟଙ୍କା ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନାରେ ବନବିଭାଗର ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

3 + 2 =