କରୋନାରେ ଆକ୍ରାନ୍ତ ଯୁବକଙ୍କ ମୃତ୍ୟୁ

0 4,901

ବୌଦ୍ଧ/ବାଉଁଶୁଣୀ,୩୦/୫ – ଆଜି ସକାଳେ ବୌଦ୍ଧ କୋଭିଡ୍‌ ହସପିଟାଲରେ ଜଣେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ୍‌ ମନୁପାଲି ଗ୍ରାମ ପଞ୍ଚାୟତ ଋଷୀବନ୍ଧ ଗ୍ରାମର ଦେବରାଜ ମଲ୍ଲିକ (୫୦) କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇ କିଛିଦିନ ହେଲା ଘରେ ହୋମ୍‌ ଆଇସୋଲେସନରେ ଥିଲେ । ଅବସ୍ଥା ଗୁରୁତର ହେବାରୁ ଗତ ୨୭ ତାରିଖ ଦିନ ରାତିରେ ବୌଦ୍ଧ କୋଭିଡ୍‌ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ସକାଳ ପ୍ରାୟ ଘ.୬. ୩୦ ମିନିଟ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ବୌଦ୍ଧ କୋଭିଡ୍‌ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଡାକ୍ତରଖାନା ସୁତ୍ରରୁ ଖବରପାଇ ତାଙ୍କ ପତ୍ନୀ କନକ ମଲ୍ଲିକ ଓ ଭାଇ ଲିଙ୍ଗରାଜ ମଲ୍ଲିକ ବୌଦ୍ଧ ଆସି ତାଙ୍କର ଶେଷ ଦର୍ଶନ କରିଥିଲେ । ସେ କୃଷି କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ସେ ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ତାଙ୍କ ପତ୍ନୀ ଓ ଦୁଇ ଝିଅ ବେସାହାରା ହୋଇପଡିଛନ୍ତି । ସେ ଶ୍ରୀ ମା ଅରବିନ୍ଦଙ୍କ ଭକ୍ତ ଥିଲେ ଓ ଜଣେ ମିଷ୍ଟଭାଷୀ ଓ ମେଳାପୀ ଯୁବକ ଥିବାରୁ ବନ୍ଧୁ ବର୍ଗ ଓ ପରିଚିତ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

18 − 1 =