ବିଦ୍ୟୁତ ଆଘାତରେ ଯୁବକ ମୃତ

0 2,519

ବୌଦ୍ଧ,୨୪/୭ – ବୌଦ୍ଧ ଥାନା ମୁଣ୍ଡାପଡା ଗ୍ରାମରେ ଗତକାଲି ରାତି ପ୍ରାୟ ୮ ଘଣ୍ଟା ସମୟରେ ଗୋଟିଏ ଦୁଃଖଦ ଘଟଣା ଘଟିଯାଇଛି । ବିଦ୍ୟୁତ ବିଭାଗରେ ଠିକାରେ କାର୍ଯ୍ୟ କରୁଥିବା ମୁଣ୍ଡାପଡା ଗ୍ରାମର ଘୁରୁଣ୍ଡୁ କୁମ୍ଭାରଙ୍କ ପୁଅ ଟୁଲୁ କୁମ୍ଭାର (୨୨ ବର୍ଷ ) ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର ସଜାଡିବା ବେଳେ କରେଣ୍ଟ ଆସି ଯିବାରୁ ବିଦ୍ୟୁତ ଆଘାତ ପାଇଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଠିକା ସଂସ୍ଥା ମାଧ୍ୟମରେ ବିଦ୍ୟୁତ୍ ବିଭାଗରେ କାମ କରୁଥିବା ଟୁଲୁଙ୍କ ଜେଜେ ମା ଗତକାଲି ମ୍ରୁତ୍ୟୁ ବରଣ କରିଥିଲେ । ମୁଣ୍ଡାପଡା ଗ୍ରାମ କେନାଲ ନିକଟରେ ୧୧ କେଭି ତାର ଡାଳପଡି ଛିଣ୍ଡି ଯାଇଥିଲା । ସନ୍ଧ୍ୟାରେ ଜେଜେମାର ଶବ ସଂସ୍କାର ସାରି ଜହ୍ନାପଙ୍କ ଫିଡରକୁ କରେଣ୍ଟ କାଟିବା ପାଇଁ କହି ତାର ସଜାଡିବାରେ ଲାଗିଥିଲେ । କାମ ସରିବା ଆଗରୁ ହଠାତ୍ ଜହ୍ନାପଙ୍କରୁ କରେଣ୍ଟ ଦିଆଯାଇଥିଲା ଫଳରେ ବିଦ୍ୟୁତ୍ ଆଘାତ ପାଇ ଟୁଲୁ ଗଛ ଉପରେ ଝୁଲି ରହିଥିଲେ । ତାଙ୍କୁ କରେଣ୍ଟ ଲାଗିବା ପରେ ଫ୍ୟୁଜ ଚାଲିଯାଇଥିଲା ଓ ଦଉଡି ବାନ୍ଧି ତାଙ୍କୁ ତଳକୁ ଅଣାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ବୌଦ୍ଧ ଡାକ୍ତରଖାନା ଅଣାଯାଇଥିଲା । ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆମ୍ବୁଲାନସ୍ ଯୋଗେ ନିଆଯାଉଥିବା ସମୟରେ ସୋନପୁର ଠାରେ ସେ ମୃତ୍ୟୁବରଣ କରିଥିବା ଜଣାପଡିଛି । କିଛି କର୍ମଚାରୀଙ୍କର ଖାମଖିଆଲି କାର୍ଯ୍ୟ ଯୋଗୁଁ ଜଣକ ଜୀବନ ଚାଲି ଯାଇଥିବା ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

one × two =