ବିନା ଭୋଜିରେ ବାହାଘର, ନିରାଶ ହୋଇ ଫେରିଲେ ଅତିଥି !

0 3,017

ବୌଦ୍ଧ,୩/୭ : ଲକ ଡାଉନ୍ ସମୟରେ ୫୦ ଜଣ ଲୋକ ମଧ୍ୟରେ କୋଭିଡ୍ ନିୟମକୁ ମାନି ବିବାହ ଆୟୋଜନ ପାଇଁ ଅନୁମତି ଦେଉଛି ଜିଲ୍ଲା ପ୍ରଶାସନ । ରେଡକ୍ରସକୁ ଚାନ୍ଦା ଦେଇ ଜିଲ୍ଲାରେ ବିବାହ ପାଇଁ ୬୦୦ରୁ ଅଧିକ ଲୋକ ଜୁନ୍ ଶେଷ ସୁଦ୍ଧା ଅନୁମତି ନେଇ ବିବାହ କରି ସାରିଛନ୍ତି । ଗତକାଲି ବୌଦ୍ଧ ସହର ୭ ନମ୍ବର୍ ୱାର୍ଡର ବୁଦ୍ଧଦେବ ସାହିରେ ଗୋଟିଏ ବାହାଘର ଥିଲା । ଗଞ୍ଜାମ ଜିଲ୍ଲାର ଗୋଟିଏ ଗ୍ରାମରୁ ଝିଅକୁ ଆଣି ପୁଅଘରେ ବିବାହର ଆୟୋଜନ କରୁଥିବାବେଳେ କୌଣସି ସୂତ୍ରରୁ ଖବରପାଇ ପୋଲିସ ସେଠାରେ ପହଂଚି ଭୋଜିଭାତର ଆୟୋଜନକୁ ବନ୍ଦ କରିଥିଲା । ଗଞ୍ଜାମ ଜିଲ୍ଲା ରେଡଜୋନ ଅନ୍ତର୍ଗତ ଥିବାରୁ ଝିଅ ଘର ଲୋକଙ୍କୁ ସାମାଜିକ ଦୁରତା ଅବଲମ୍ବନ ସହ ତୁରନ୍ତ ଚାଲିଯିବାକୁ ପୋଲିସ ପରାମର୍ଶ ଦେଇଥିଲା । ପୁଅପକ୍ଷର ଅତିଥିମାନେ ମଧ୍ୟ ଭୋଜି ନଖାଇ ନିରାଶ ହୋଇ ଫେରିଥିବା ଜଣାପଡିଛି । ଜିଲ୍ଲାରେ କେତେକ ଲୋକ କୋଭିଡ୍ ୧୯ ର ନିୟମ ମାନି ୫୦ /୧୦୦ ଲୋକ ମଧ୍ୟରେ ବିବାହ ଆୟୋଜନ କରୁଥିବା ବେଳେ କିଛିଲୋକ ଖୋଲାଖୋଲି ଉଲ୍ଲଙ୍ଘନ କରି ହଜାର ହଜାର ଲୋକଙ୍କ ପାଇଁ ଭୋଜି ଆୟୋଜନ କରୁଛନ୍ତି । ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ସନ୍ଧ୍ୟା ୭ ଘଣ୍ଟା ଠାରୁ ସକାଳ ୭ ଯାଏଁ ଲକଡାଉନ୍ ଥିବା ସତ୍ତ୍ୱେ ରାତିରେ ବରଯାତ୍ରୀ ପ୍ରୋସେସନ୍ କରି ବାହା ହେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଯିଏ ଆଇନ୍ କାନୁନକୁ ସମ୍ମାନ ଦେଇ ମାନିଲା ମାନିଲା, ଯିଏ ନ ମାନିଲା ତାକୁ ଚାରିଖୁଣ ମାଫ୍ । ସମସ୍ତଙ୍କ ପାଇଁ କୋଭିଡ୍ ଆଇନ୍ ସମାନ କରାଯିବାକୁ ଜନସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

9 − 1 =