କରୋନା ଆକ୍ରାନ୍ତ ଶିକ୍ଷୟତ୍ରୀଙ୍କ ମୃତ୍ୟୁ

0 5,143

ବୌଦ୍ଧ/ଚାରିଛକ,୪/୬- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକସ୍ଥିତ ଝାଡ୍ରାଜିଂ ସେବାଶ୍ରମ ସ୍କୁଲରେ କାର୍ଯ୍ୟରତ ଶିକ୍ଷୟତ୍ରୀ ନିହାରିକା ପ୍ରଧାନଙ୍କ ଗତକାଲି ମୃତ୍ୟୁ ଘଟିଥିବା ଜଣାପଡିଛି । ତାଙ୍କ ମୃତ୍ୟୁ ଖବର ଜଣାପଡିବାପରେ ପ୍ରଧାନଶିକ୍ଷୟତ୍ରୀ, ସହକର୍ମୀ, ଛାତ୍ରଛାତ୍ରୀଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଝାଡ୍ରାଜିଂ ସେବାଶ୍ରମ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ହରପ୍ରିୟା ତ୍ରୀପାଠିଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଗତ ଦେଢବର୍ଷ ତଳେ ସୁନ୍ଦରଗଡ ଜିଲ୍ଲା ହାତୀବାରୀ ଅଂଚଳର ନିହାରିକା ପ୍ରଧାନ ନାମକ ଜନୈକ ଶିକ୍ଷା ସହାୟିକା ତାଙ୍କ ସ୍କୁଲରେ ଶିକ୍ଷୟତ୍ରୀ ଭାବେ ଯୋଗଦାନ କରିଥିଲେ । କରୋନା ଯୋଗୁଁ ସ୍କୁଲ ବନ୍ଦ ଫଳରେ ଲକଡାଉନ ପୂର୍ବରୁ ସେ ନିଜ ଘରକୁ ଫେରିଥିଲେ । ୫ ଦିନତଳେ ସେ କରୋନାରେ ଆକ୍ରାନ୍ତ ଥିଲେ । ଗତକାଲି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏଭଳି ଦୁଃଖଦ ଖବର ଶୁଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଥାଉକି ନିହାରିକା ବାପା, ମାଆଙ୍କ ଏକମାତ୍ର ଝିଅ ଥିଲେ । ତାଙ୍କର ଏଭଳି ଅକାଳ ବିୟୋଗରେ ଦୁହେଁ ବାପା, ମାଆ ସଂପୂର୍ଣ୍ଣ ଭାଙ୍ଗିପଡିଥିବା ସେ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

six + twenty =