ବୌଦ୍ଧ : ନୂତନ ୪୫ କରୋନା ପଜିଟିଭ ଚିହ୍ନଟ,କେବଳ ହରଭଙ୍ଗା ବ୍ଲକରୁ ୩୩

0 2,723

ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲାରେ ୪୫ ଜଣ କରୋନା ପଜିଟିଭ ନୂତନ ଭାବରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜିର ପଜିଟିଭକୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୪୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ଗତକାଲି ସୁଦ୍ଧା ୯୫୯ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୪୫୬ ଜଣ ଚିକିତ୍ସାଧୀନ ଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି ।
ସେହିପରି ଆଜି ପଜିଟିଭ ଚିହ୍ନଟ ହୋଇଥିବା ୪୫ ଜଣ ମଧ୍ୟରୁ ବୌଦ୍ଧ ସହରାଞ୍ଚଳରୁ ୩ ଜଣ, ହରଭଙ୍ଗା ବ୍ଲକ୍ ରାଧାନଗର୍ ଗ୍ରାମରୁ ୧ ଜଣ, ବଡବନ୍ଧ ଗ୍ରାମରୁ ୧ ଜଣ, ତଳଗାଆଁ ଗ୍ରାମରୁ ୪ ଜଣ, ପୁରୁଣାକଟକ ଗ୍ରାମ ପଂଚାୟତର ରାଜିଂ ଗ୍ରାମରୁ ୨ ଜଣ, ରୁଗୁଡି ପାଲି ଗ୍ରାମରୁ ୧ ଜଣ, ଯାଜପୁର ଗ୍ରାମରୁ ୧ ଜଣ, ପୁରୁଣାକଟକ ଗ୍ରାମରୁ ୬ ଜଣ, ଆଡେନିଗଡ ଗ୍ରାମରୁ ୧ ଜଣ, କେଲାକଟା ଗ୍ରାମରୁ ୧ ଜଣ, କରଡି ଗ୍ରାମରୁ ୧୪ ଜଣ, ବୌଦ୍ଧ ବ୍ଲକ୍ ଇସିରି ସିଙ୍ଗା ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଗ୍ରାମ ପଂଚାୟତର ବାସୁଦେବପାଲି ଗ୍ରାମରୁ ୩ ଜଣ, ଉଚ୍ଚ ବାହାଲି ଗ୍ରାମରୁ ୧ ଜଣ, ମନମୁଣ୍ଡାରୁ ୪ ଜଣ ଓ ଅନ୍ୟ ଜଣେ ବ୍ୟକ୍ତି ବାହାରେ ପରୀକ୍ଷା କରାଇ ପଜିଟିଭ ଚିହ୍ନଟ ହୋଇଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ଆଜି ଜିଲ୍ଲାରେ ଚିହ୍ନଟ ହୋଇଥିବା ପଜିଟିଭ ମାନଙ୍କ ମଧ୍ୟରେ ହରଭଙ୍ଗା ବ୍ଲକ୍ ଅଂଚଳର ରେକର୍ଡ ସଂଖ୍ୟକ ୩୩ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

8 − four =