ହରଭଙ୍ଗା୧୫/୬ – ବୌଦ୍ଧଜିଲ୍ଲା ବୌଦ୍ଧ ଥାନା ଅନ୍ତର୍ଗତ କୁଡାପଡା ଗ୍ରାମରେ ମହିଳାସଂଘର ସଦସ୍ୟା ମାନେ ମଦବେପାରିକୁ ଘେରି ହଟହଟା କରିବାସହ, ପୋଲିସ୍ ପାଖରେ ଜିମାଦେଇଥିବା ଜଣାପଡିଛି । ସୁଚନାମତେ ରାମଗଡ ପଂଚାୟତର କୁଡାପଡା ଗ୍ରାମର ଜନୈକ ମଦବେପାରୀ ବାହାରୁ ମଦ ଆଣି ନିଜ ଘରେ ରଖି ସବୁବେଳେ ମଦବିକ୍ରୀ କରିଆସୁଥିଲେ । କିନ୍ତୁ ଏଥିରେ ଗ୍ରାମର ମହିଳାମାନେ ଅତିଷ୍ଠ ହୋଇ ଯୋଜନାବଦ୍ଧ ଭାବେ ଆଜି ବ୍ୟକ୍ତିଜଣକ ମଦ ଆଣୁଥିବା ସମୟରେ ମହିଳାମାନେ ଘେରିଯାଇ ପୋଲିସକୁ ଖବର ଦେଇଥିଲେ । ପରେ ଖବରପାଇ ବୌଦ୍ଧ ପୋଲିସ୍ ଘଟଣାସ୍ଥଳରେ ପହଂଚି ମଦବେପାରୀକୁ ଅଟକ ରଖିବାସହ ତାଙ୍କଠାରୁ ଦେଶି ଖୋଲାମଦ ସାଢେ ୪ଲିଟର ଜବତ କରାଯାଇଥିଲା ବୋଲି ଏସ୍ଆଇ ମମତା ହେମ୍ବ୍ରମ୍ ସୁଚନା ଦେଇଛନ୍ତି । ମହିଳାମାନେ ଏକଜୁଟ ହୋଇ ନେଇଥିବା ପଦକ୍ଷେପ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।