ନିମ୍ନମାନର କାମ ଯୋଗୁଁ ଅଙ୍ଗନୱାଡି କେନ୍ଦ୍ର ଛାତରୁ ଗଳୁଛି ପାଣି, ଶିଶୁମାନଙ୍କ ଚାଉଳ ସହ ବିଭିନ୍ନ ଖେଳନା ସାମଗ୍ରୀ ନଷ୍ଟ

0 201

ହରଭଙ୍ଗା,୧୪/୭- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ପଞ୍ଚାୟତ ଚନ୍ଦ୍ରଶେଖରପୁର ଗ୍ରାମରେ ନୂତନଭାବେ ନିର୍ମାଣ ହୋଇଥିବା ଅଙ୍ଗନୱାଡି କେନ୍ଦ୍ରର ଛାତରୁ ପାଣି ଗଳି ଚାଉଳ ସହ ଛୋଟଛୋଟ ଶିଶୁମାନଙ୍କ ଖେଳନା ସବୁ ଓଦାହୋଇ ନଷ୍ଟ ହୋଇଯାଇଥିବା ଜଣାପଡିଛି । ଏନେଇ କେନ୍ଦ୍ରର ଅଙ୍ଗନୱାଡି କର୍ମୀ ସରସ୍ୱତୀ କର୍ଣ୍ଣ ହରଭଙ୍ଗା ସିଡିପିଓଙ୍କୁ ଜଣାଇଥିଲେ ।

hiring

ସୂଚନାଯୋଗ୍ୟ ଯେ ସରକାର ଗ୍ରାମାଞ୍ଚଳରେ ଛୋଟଛୋଟ ଶିଶୁମାନଙ୍କର ବିକାଶ ଓ ଦକ୍ଷତା ବୃଦ୍ଧି ପାଇଁ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରିଛନ୍ତି । କିନ୍ତୁ ଉକ୍ତ ଅଙ୍ଗନୱାଡି କେନ୍ଦ୍ର ବହୁଦିନ ହୋଇ ଅସଂପୂର୍ଣ୍ଣଭାବେ ପଡିରହିଥିଲେ ମଧ୍ୟ ଗତବର୍ଷ ଉକ୍ତକେନ୍ଦ୍ରର ନିର୍ମାଣକାଯ୍ୟ ସରିଥିଲା । ସେ ସମୟରେ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଜଣେ ଠିକାଦାରଙ୍କୁ ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଦେଇଥିଲେ । କିନ୍ତୁ କାମ ଅତି ନିମ୍ନମାନର ହୋଇଥିବା ହେତୁ ଏପରି ପାଣି ଗଳୁଥିବା ଅଭିଯୋଗ ହେଉଛି । ଠିକାଦାରଙ୍କ ଏପରି କାମକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । କେନ୍ଦ୍ରରେ ନଷ୍ଟହୋଇଥିବା ସାମଗ୍ରୀକୁ ନେଇ ଅଙ୍ଗନୱାଡି କର୍ମୀ ହରଭଙ୍ଗା ସିଡିପିଓଙ୍କୁ ଘଟଣା ସଂର୍ପକରେ ଲିଖିତଭାବେ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

3 + 1 =