ହରଭଙ୍ଗା,୭/୭- ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ହରଭଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବ୍ୟାପକ ଦୁର୍ନୀତି ହୋଇଥିବାରୁ ଆଜି ବ୍ଳକ ଘେରାଉ କରାଯାଇଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ୨୦୨୨ ସୁଦ୍ଧା ସବୁ ଗରିବ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗେଇ ଦେଉଛନ୍ତି କିନ୍ତୁ ଦୁଃଖର ବିଷୟ ଏହି ବ୍ଲକରେ ଅଯୋଗ୍ୟ ହିତାଧିକାରୀ ଦୁଇରୁ ତିନୋଟି ଘର ପରିବାର ପିଛା ନେଇ ଯାଇଛନ୍ତି । ବହୁ ପରିବାର ଘର ନକରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ୱାର୍କ ଓଡ଼ର ଦେଇ ଘର ପିଛା୨୦ହଜାର ଟଙ୍କା ଲାଞ୍ଚ ନେଇ ବିଜେଡ଼ିର କୁଜି ନେତା ମାନେ ଏସବୁ ଦୁର୍ନୀତିରେ ସଂପୃକ୍ତ ଅଛନ୍ତି । ଯୋଗ୍ୟ ହିତାଧିକାରୀଙ୍କୁ ଘର ନଦେଇ ନିଜେ ଆତ୍ମସାତ କରିନେଉଛନ୍ତି । ଏ ସବୁର ନିରାକରଣ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆଜି ଏକ ଦାବିପତ୍ର ବିଡିଓଙ୍କ ଜରିଆରେ ପ୍ରଦାନ କରାଯାଇଛି । ଆଜିର ଘେରାଉ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ଶ୍ରୀ ବିପ୍ରଚାରଣ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ସର୍ବଶ୍ରୀ ରବି ପ୍ରଧାନ, ସୁଶାନ୍ତ ପ୍ରଧାନ, ଗରୁଡ ପ୍ରଧାନ, ଅଟଳ ପ୍ରଧାନ, ବାମନ ବାରିକ, ପଙ୍କଜ କୁମାର ବାରିକ, ନିର୍ମଳ ବେହେରା , ନାରାୟଣ ମହାକୁଳ, ତାପସ ପଟ୍ଟନାୟକ, ସତ୍ୟନନ୍ଦ ପାଣ୍ଡେ , ସଂଗ୍ରାମ ବେହେରା, ମନୋରଞ୍ଜନ ଦାସ, ନବୀନ ଗାଇଗୌରିଆ, ବୃନ୍ଦାବନ ଦନ୍ତା, ସୁବ୍ରତ ପ୍ରଧାନ, ପ୍ରେମାନନ୍ଦ ମିଶ୍ର , ପ୍ରଦୀପ ମହାରଣା , ସୁଶୀଲ ଚାଉଳିଆ ପ୍ରମୁଖ ବହୁ ଦଳୀୟ ନେତା ଯୋଗ ଦେଇଥିଲେ ।