କରୋନା କଟକଣାରେ ଆରମ୍ଭ ହେଲା ଦଶମ ଶ୍ରେଣୀ ପାଠପଢା

0 173

ଜହ୍ନାପଙ୍କ,୨୬/୭- ସୋମବାର ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ହାଇସ୍କୁଲର ଦଶମ ଶ୍ରେଣୀ ଖୋଲିଛି । ଏହି ପରିପ୍ରେକ୍ଷୀରେ ବୌଦ୍ଧବ୍ଲକ ଅନ୍ତର୍ଗତ ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟ, ଜଗତି ଉଚ୍ଚ ବିଦ୍ୟାଳୟ, ତେଲିବନ୍ଧ ଉଚ୍ଚ ବିଦ୍ୟାଳୟ, ମୁଣ୍ଡପଡା ଉଚ୍ଚ ବିଦ୍ୟାଳୟ, ମୁଣ୍ଡିପଦର ଉଚ୍ଚ ବିଦ୍ୟାଳୟ, ସଂଗ୍ରାମପୁର ଉଚ୍ଚ଼ ବିଦ୍ୟାଳୟ ଓ ବୁଢ଼ୀପଦର ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଖୋଲିଛି । କରୋନାର ଦ୍ୱିତୀୟ ଲହର ପାଇଁ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ଘୋଷଣା କରିଥିଲେ । ବର୍ତ୍ତମାନ କରୋନା ସଂକ୍ରମଣର ହ୍ରାସ ଯୋଗୁଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ନେଲେ । କିନ୍ତୁ ଏଥିପାଇଁ ଏସ୍‌ଓପି ମଧ୍ୟ ଜାରିକଲେ । ଫଳରେ ଆଜି ଅଞ୍ଚଳର ୭ଟିଯାକ ହାଇସ୍କୁଲରେ କରୋନାର ସମସ୍ତ ନିୟମକୁ ମାନି ପାଠପଢ଼ା ଆରମ୍ଭ ହୋଇଥିଲା । ବିଶେଷକରି ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠପଢା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସ୍କୁଲର ବିଭିନ୍ନ ସ୍ଥାନରେ କରୋନା ସଚେତନତା ବାର୍ତ୍ତା ଲେଖାଥିବା ପୋଷ୍ଟରମାନ ଦେଖିବାକୁ ମିଳିଥିଲା । ବିନା ମାସ୍କରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରବେଶ ବାରଣ କରାଯାଇଛି । ସ୍କୁଲ ପରିସରରେ ପ୍ରଥମେ ଥର୍ମାଲ ସ୍କ୍ରିନିଂ ଓ ହାତ ସାନିଟାଇଜ କରି ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା । ଶ୍ରେଣୀ ଗୃହରେ ଗୋଟିଏ ବେଞ୍ଚରେ ଦୁଇ ଜଣ ଛାତ୍ରଛାତ୍ରୀ ବସିବାକୁ ଦିଆଯାଇଥିଲା ଏବଂ ସମସ୍ତେ ମାସ୍କ ପରିଧାନ କରିଥିଲେ । ଆଜି ପ୍ରଥମ ଦିନ ହୋଇଥିବାରୁ ୧୬୭ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୯୨ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

nineteen + seventeen =