କ୍ୱାକ୍‌ ଭରସାରେ ଚାଲିଛି ଜହ୍ନାପଙ୍କ ପ୍ରାଣୀଧନ ସହାୟକ କେନ୍ଦ୍ର

0 58

ବୌଦ୍ଧ/ଜହ୍ନାପଙ୍କ,୧୨/୬- ପ୍ରାଣୀ ସମ୍ପଦର ବିକାଶପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଏଥିପାଇଁ ପଞ୍ଚାୟତର ମୁଖ୍ୟସ୍ଥଳରେ ପ୍ରାଣୀ ସହାୟକ କେନ୍ଦ୍ର ଖୋଲିଛନ୍ତି । ସେହି ପରିପ୍ରେକ୍ଷୀରେ ଜହ୍ନାପଙ୍କଠାରେ ୧୯୭୦ ମସିହାରେ ପ୍ରାଣୀ ସହାୟକ କେନ୍ଦ୍ର ଖୋଲାଯାଇଥିଲା । ଏହି କେନ୍ଦ୍ରଦ୍ୱାରା ଖୁଂଟବନ୍ଧ, ଲକ୍ଷ୍ମୀପ୍ରସାଦ, ପଦ୍ମନପୁର, ତେଲିବନ୍ଧ ପଞ୍ଚାୟତର ପଶୁପାଳକମାନେ ଉପକୃତ ହେଉଥିଲେ । ସବୁକିଛି ଠିକ ଠାକ ଚାଲିଥିଲା । ହେଲେ ୪ ମାସରୁ ଉର୍ଦ୍ଧ୍ୱ ହେଲା ପ୍ରାଣୀଧନ ନିରୀକ୍ଷକ ଆସୁନଥିବାରୁ ପ୍ରାଣୀସେବା ବିପର୍ଯ୍ୟସ୍ତ ହୋଇପଡିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ ହାତବାରିସୀ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ତାଙ୍କୁ ସହଯୋଗ କରୁଥିବାରୁ ଦିନକୁ ଦିନ ତାଙ୍କର ଔଦ୍ଧତ୍ୟ ବଢିବାରେ ଲାଗିଛି । ଅପରପକ୍ଷରେ ସଂପୃକ୍ତ ପ୍ରାଣୀ ନିରୀକ୍ଷକ ଏକ କ୍ୱାକଙ୍କୁ ନିଯୁକ୍ତି ଦେଇଥିବାରୁ ସେ ମାଗଣାରେ ଉପଲବ୍ଧ ହେଉଥିବା ଔଷଧକୁ ୧୦୦ ରୁ ୨୦୦ ଟଙ୍କା ଲେଖାଏଁ ନେଉଥିବା ଅଭିଯୋଗ ହେଉଛି । ତେବେ ପ୍ରାଣୀଭଳି ଏକ ମୂଲ୍ୟବାନ ଜୀବକୁ ଏକ କ୍ୱାକ ଦ୍ୱାରା ଚିକିତ୍ସା କରାଯିବା ଘଟଣା ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ କିରଟି ପ୍ରଧାନ, ପ୍ରତାପ ପ୍ରଧାନ, ଗଙ୍ଗରାମ ପ୍ରଧାନ, ଶୁକ୍ରୁ ପ୍ରଧାନ, ଲିଙ୍ଗରାଜ ସେଠି, ହୃଦାନନ୍ଦ ବେହେରା, ଜୀବର୍ଦ୍ଧନ ଭୋକ୍ତା, ମାଗୁଣୀ ମଲ୍ଲିକ, ଗୁପ୍ତେଶ୍ୱର ମିର୍ଦ୍ଧା ପ୍ରମୁଖ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 5 =