ଅସହାୟ ବିଧବା ସଇତକୁ ଆବାସ ଯୋଜନା କେବେ ?

0 153

ବୌଦ୍ଧ/ଜହ୍ନାପଙ୍କ,୨୯/୫- ରାଜ୍ୟ ଓ କେନ୍ଦ୍ର ସରକାର ଜନ୍ମରୁ ମମତା ଯୋଜନା ଆରମ୍ଭକରି ମୃତ୍ୟୁ ପର୍ଯ୍ୟନ୍ତ ହରିଶ୍ଚନ୍ଦ୍ର ଆଦି ଯୋଜନା ପରେ ଯୋଜନା କରିଛନ୍ତି । ଯାହାଦ୍ୱାରା ଗରିବ ଲୋକ କିଛି ସରକାରୀ ସହାୟତାରେ ଅଣ୍ଟା ସଳଖ କରି ସମାଜରେ ସମ୍ମାନ ସହ ବଞ୍ଚିପାରିବ । କିନ୍ତୁୁ ଏହି ଯୋଜନା କେବଳ ଧନୀ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ବୋଲି ସ୍ପଷ୍ଟ ହେଉଛି । ଯାହାର ଜ୍ୱଳନ୍ତ ଉଦାହରଣ ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମର ସଇତ ପ୍ରଧାନ(୭୩) ଙ୍କୁ ଦେଖିଲେ ଜଣାପଡେ । ସ୍ୱାମୀ ମାଧବ ପ୍ରଧାନ ୬ ବର୍ଷ ହେଲା ଆରପାରିରେ । ପୂର୍ବରୁ ଅନ୍ତୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ୩୫ କିଲୋ ଚାଉଳ ପାଉଥିଲେ । କିନ୍ତୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେଲା ଦିନଠାରୁ ସେ ଖାଉଟି ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି । ତିନି ପୁଅମାନେ ବିବାହ ପରେ ଅଲଗା ରହୁଛନ୍ତି । ବର୍ତ୍ତମାନ ସେ ଏକ କୁଡ଼ିଆରେ ଜୀବନ ବିତାଉଛନ୍ତି । କେବଳ ମାସକୁ ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତାରେ ମାସେ ଚଳିବା କଷ୍ଟକର ହୋଇପଡେ । ପରିଣତ ବୟସରେ ମୁଲ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ଅଶ୍ରୁ ଛଳଛଳ ଆଖିରେ କହନ୍ତି ସଇତ । ସରକାର ଗରିବ ଲୋକଙ୍କୁ ବିଜୁ ପକ୍କାଘର ଓ ଆବାସ ଯୋଜନା ଦେଉଥିଲାବେଳେ ତାଙ୍କ ଭାଗ୍ୟରେ କେବେ ଜୁଟିବ ସେ ଆଶା କରି ରହିଛନ୍ତି । ଅନ୍ୟପକ୍ଷରେ ଗାଁରେ ଧନୀ ଏବଂ ପକ୍କାଘର ଥିବାଲୋକଙ୍କୁ ଘର ମିଳୁଥିବା ବେଳେ ତାଙ୍କୁ କେଉଁ କାରଣରୁ ଘର ମିଳୁନାହିଁ ତାର କାରଣ ଖୋଜି ପାଉନାହାଁନ୍ତି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × five =