ତାଳପତ୍ର ଘରେ ଦିନ କାଟୁଛନ୍ତି ସୁଶାନ୍ତଙ୍କ ପରିବାର, ଆବାସ ଯୋଜନା ସାତସପନ

0 327

ବୌଦ୍ଧ/ଜହ୍ନାପଙ୍କ,୧୯/୬- ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକମନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଞ୍ଚି ପାରୁନାହିଁ । କିପରି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ନହେବେ ସେଥିପାଇଁ ବ୍ଳକସ୍ତରରୁ ପଞ୍ଚାୟତ ସ୍ତରରେ ଅଧିକାରୀ ନିଯୁକ୍ତ କରାଯାଇଛି । କିନ୍ତୁ ଅଧିକାରୀଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ପଡୁଥିବାବେଳେ ଅଯୋଗ୍ୟ ବ୍ୟକ୍ତି ଘର ହାତଉଥିବା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଏହାର ସମାଧାନ ହେଉନି । ଫଳରେ ପ୍ରକୃତ ହିତାଧିକାରୀ ଏବେ ବି ଭଙ୍ଗା ତାଳ ପତ୍ର ଘରେ ଦିନ କାଟୁଛନ୍ତି । ଏ ହେଉଛି ବୌଦ୍ଧବ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଚନ୍ଦ୍ରପୁର ଗ୍ରାମର ସୁଶାନ୍ତ ଭୋଇଙ୍କ ପରିବାରର କାହାଣୀ । ଦୀର୍ଘ ୩୨ ହେଲା ସେ ରହିଆସୁଛନ୍ତି ଏହି ଗାଁରେ । ପରିବାର କହିଲେ ସ୍ତ୍ରୀ ସୁନିତା, ପୁଅ ବାବୁଲୁ, ସୁବୁଲୁ, ଦୁବୁଲୁ ଓ ସୃତମ ୬ ପ୍ରାଣୀ କୁଟୁମ୍ବ । ଜାତିରେ କମାର ହୋଇଥିବାରୁ ଲୁହାରେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରି ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ଆଧୁନିକ ଯୁଗରେ ସବୁ ରେଡିମେଡ଼ ସାମଗ୍ରୀ ମିଳୁଥିବାରୁ ତାଙ୍କ ବେପାର ମାନ୍ଦା । କେବଳ ଲୋକ ସାମଗ୍ରୀ ଆଣି ଧାର କରି ନିଅନ୍ତି । ଜମିବାଡ଼ି କିଛି ନାହିଁ । ସୁଶାନ୍ତଙ୍କ କହିବା ଅନୁଯାୟୀ ଗ୍ରାମବାସୀଙ୍କ ବିଭିନ୍ନ ଲୁହା ସାମଗ୍ରୀ ଯଥା ଶାବଳ, ଟାଙ୍ଗିଆ, ପନଖି, ଦାଆ ଆଦିରେ ଧାର କରିବା ପାଇଁ ତାଙ୍କ ବାପାଙ୍କୁ ଆଣିଥିଲେ । ସେ ମୂଳ ବାସିନ୍ଦା ବୌଦ୍ଧବ୍ଳକ ବ୍ରାହ୍ମଣୀପାଲି ପଞ୍ଚାୟତର ରଂଗମାଟିଆ ଗାଁର । ରହିବା ପାଇଁ ଗାଁ ମୁଣ୍ଡରେ ଏକ ଜାଗା ଦେଇଥିଲେ । ତାହା ହେଉଛି ସରକାରୀ ଜମି । ସୁଶାନ୍ତ ପଞ୍ଚାୟତରୁ କେବଳ ଚାଉଳ ୧୦ କେଜି ପାଆନ୍ତି । କମାର ଶାଳରୁ ଯାହାମିଳେ ତେଲ ଲୁଣ କରନ୍ତି । ଅର୍ଥ ଅଭାବରୁ ଘର ଛପର କରିପାରୁନାହାନ୍ତି । ବର୍ତ୍ତମାନ କମାର ଶାଳରେ ପାଣି ଗଲୁଛି । ଫଳରେ ବେପାର ମାନ୍ଦା । ଏଭଳି ସ୍ଥିତିରେ ପରିବାର ଚଳାଇବା ସାଙ୍ଗକୁ ପୁଅମାନଙ୍କୁ ମଣିଷ କରାଇବା ଚିନ୍ତା, ମୁଣ୍ଡ ଚକ୍କର ଖାଇଯାଉଛି । ଘର ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଳକ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ହୋଇନି । ଏ ସଂପର୍କରେ ଜିଆରଏସଙ୍କୁ ଯୋଗାଯୋଗ କରିବାରୁ ସେ ସରକାରୀ ଜମିରେ ଥିବାରୁ ସମସ୍ୟା ହୋଇଛି ପଟ୍ଟାଜମି ହେଲେ ଘର ମିଳିବ ବୋଲି କହିଥିଲେ । ପ୍ରଶାସନ ଏ ପରିବାର ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

14 − 13 =