ଛାଡି ପଳାଇଲା ସ୍ୱାମୀ, ଅସଂପୂର୍ଣ୍ଣ ରହିଗଲା ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ, ପଲିଥିନ ତଳେ ସ୍ତ୍ରୀ

0 157

ବୌଦ୍ଧ/ଜହ୍ନାପଙ୍କ,୨୪/୬- ବୌଦ୍ଧବ୍ଳକ ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଜଗତି ଗ୍ରାମରେ ଶ୍ୟାମ ସୁନ୍ଦର ରଣା ସ୍ତ୍ରୀ ସୁଲୋଚନା ରଣା ଓ ଝିଅକୁ ନେଇ ପରିବାର । ୨୬ ବର୍ଷ ତଳେ ଝିଅର ବିବାହ ସରିଥିଲା । ଶ୍ୟାମଙ୍କର କୌଣସି ପୁଅ ନଥିବାରୁ ଝିଅ ଜୋଇଁ ଘରେ ରହୁଥିଲେ । ସବୁ ଠିକ ଠାକ ଚାଲିଥିଲା । ୨୦୧୮ ମସିହାରେ ଶ୍ୟାମଙ୍କ ନାଁରେ ଆବାସ ଯୋଜନା ମଞ୍ଜୁର ହୋଇଥିଲା ଏବଂ ଘରର ନିର୍ମାଣ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇଥିଲା । ଶ୍ୟାମ ବୃତ୍ତିରେ ଜଣେ ମିସ୍ତ୍ରୀ । ଘର ନିର୍ମାଣ କାର୍ଯ୍ୟ ନିନଟାଲ ପର୍ଯ୍ୟନ୍ତ ହେଲା । ତାପରେ ଶଶୁର ଜ୍ୱାଇଁଙ୍କ ମଧ୍ୟରେ ବାରମ୍ବାର ଝଗଡା ହେବାରୁ ଶ୍ୟାମ ରାଗି ଘର ଛାଡ଼ି ପଳାଇଲେ । ତାପରେ ସୁଲୋଚନା ଓ ଜ୍ୱାଇଁଙ୍କ ମଧ୍ୟରେ ଉତ୍ତମ ସଂପର୍କ ରହୁନଥିବାରୁ ନିଜକୁ ଅସହାୟ ମନେକରିଛନ୍ତି ସୁଲୋଚନା । ଏହାଛଡା ସୁଲୋଚନା କୋହଭରା କଣ୍ଠରେ କୁହନ୍ତି ଯେ ଏ ପରିଣତ ବୟସରେ କାମ କରିବା ସମ୍ଭବ ନୁହେଁ । ପଂଚାୟତରୁ ମିଳେ ୩୫ କିଲୋ ଚାଉଳ ଓ ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା । ଏଥିରେ କଷ୍ଟେ ମଷ୍ଟେ ମାସେ ଚାଲିଯାଏ । ହେଲେ ଘର ଛପର କରିବାକୁ ପାଖରେ ସମ୍ବଳ ନଥିବାରୁ ପଲିଥିନଟିଏ ଟାଣି ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଜ୍ୱାଇଁ ପଚାରୁନଥିବା ଅଭିଯୋଗ କରିବାସହ ସୁଲୋଚନା ଅତ୍ୟାଚାରର ଶିକାର ହେଉଥିବା ମଧ୍ୟ ପ୍ରକାଶ କରିଛନ୍ତି । ତେଣୁ ସ୍ଥାନୀୟ ସରପଞ୍ଚ କିମ୍ବା ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଢ଼ାଇଲେ ସେ ବୃଦ୍ଧା ଆଶ୍ରମରେ ଅବଶିଷ୍ଟ ଦିନ କଟାଇବେ ବୋଲି କହିଛନ୍ତି । ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

17 − eleven =