ଜାତୀୟ ରାଜପଥଠାରୁ ମଧୁପୁର ରାସ୍ତା ମରାମତି କାମ ନିମ୍ନମାନର: ତଦନ୍ତ ଦାବିକଲେ ଗ୍ରାମବାସୀ

0 99

ଜହ୍ନାପଙ୍କ(ବୌଦ୍ଧ),୩/୭: ରାଜ୍ୟ ସରକାର ଗ୍ରାମାଞ୍ଚଳ ରାସ୍ତାର ଉନ୍ନତି କରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କାମ କମ୍‌କରି ଅଧିକ ବିଲ କରିଥିବା ମଧୁପୁର ଗ୍ରାମବାସୀ ବୌଦ୍ଧ ବିଡ଼ିଓଙ୍କ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ ଜାତୀୟ ରାଜପଥ ୫୭ ରୁ ମଧୁପୁର ଗ୍ରାମକୁ ଯାଇଥିବା ରାସ୍ତା ଶୋଚନୀୟ ହୋଇପଡିଥିଲା ।ଏଥିପାଇଁ ଜୈନିକ ବ୍ୟକ୍ତିଙ୍କୁ ବିଭାଗୀୟ ପକ୍ଷରୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସଂପୃକ୍ତ ବ୍ୟକ୍ତି ୮/୧୦ ଟ୍ରିପ ମୁରୁମ ପକାଇ ୯୦ ହଜାର ଟଙ୍କା ବିଲ ଉଠାଇଥିବା ଅଭିଯୋଗରେ ଗ୍ରାମବାସୀ ଦର୍ଶାଇଛନ୍ତି । ଆହୁରି ମଧ୍ୟ କୌଣସି ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ ହୋଇଥିବା ବେଳେ ଏଠାରେ ସୂଚନା ଫଳକ ଲଗାନଯାଇ ଲୋକଙ୍କୁ ଅନ୍ଧାରରେ ରଖାଯାଇଛି । ବିଡ଼ିଓ ଏହାର ତଦନ୍ତ କରି ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧୁପୁର ଗ୍ରାମର ୱାର୍ଡ ସଭ୍ୟ ଅଜିତ ଷାଣ୍ଢ ,କଷ୍ଟ ପ୍ରଧାନ, ପ୍ରଦୀପ ପ୍ରଧାନ, ଜଗଦୀଶ ପ୍ରଧାନ, ଅନ୍ତର ସାହୁ,ପ୍ରମୁଖ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

two × two =