ତେଲିବନ୍ଧ-ବାରପୁଡୁଗ ପୂର୍ତ୍ତ ବିଭାଗ ରାସ୍ତାରେ ବିପଦପୂର୍ଣ୍ଣ ଗର୍ତ୍ତ, ଦୁର୍ଘଟଣାକୁ ଆମନ୍ତ୍ରଣ

0 174

ବୌଦ୍ଧ/ଜହ୍ନାପଙ୍କ,୨୩/୬- ରାଜ୍ୟ ସରକାର ରାସ୍ତାର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଦେଉଛନ୍ତି ହେଲେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିର୍ମାଣ କରାଯାଇଥିବା ରାସ୍ତା ଅଳ୍ପ ଦିନରେ ନଷ୍ଟ ହେଉଛି । ଏପରି ଏକ ରାସ୍ତା ହେଉଛି ତେଲିବନ୍ଧ-ବାରପୁଡୁଗ ପୂର୍ତ୍ତ ବିଭାଗ ରାସ୍ତା । ଏହି ରାସ୍ତାର ସିମେଣ୍ଟ ଇଟା ଫେକ୍ଟରୀ ନିକଟରେ ଏକ ବିରାଟ ଗର୍ତ୍ତ ହୋଇଛି ଯାହାକି ପଥଚାରୀଙ୍କ ପାଇଁ ପ୍ରତି ମୁହୂର୍ତ୍ତରେ ବିପଦକୁ ଆମନ୍ତ୍ରଣ କରୁଛି । ରାସ୍ତା ନିର୍ମାଣ ବେଳେ ବିଭିନ୍ନ ପୋଲକୁ ନୂତନ ଭାବେ ନିର୍ମାଣ କରାଯାଇଥିଲା । କିନ୍ତୁ ଠିକାଦାରଙ୍କ ବେପରୁଆ ମନୋବୃତ୍ତିି ଯୋଗୁଁ ଏଠାରେ ଥିବା ପୋଲକୁ ନିର୍ମାଣ କରାଯାଇନଥିଲା । ଯାହାକି ପୋଲ ଭାଙ୍ଗି ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଫଳରେ ଏହି ବାଟଦେଇ ଯାଉଥିବା ବାଇକ ଓ ସାଇକେଲ ଆରୋହୀ ଦୈନନ୍ଦିନ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଗତବର୍ଷ ଏହି ରାସ୍ତାର ନବୀକରଣ କରାଯାଇଥିଲା । ନିମ୍ନମାନର କାର୍ଯ୍ୟ ଯୋଗୁଁ ବହୁସ୍ଥାନରେ ପିଚୁ ଉଠିଗଲାଣି । ପ୍ରତ୍ୟହ ଏହି ରାସ୍ତା ଦେଇ ଖଜୁରୀପଡ଼ା, ବ୍ରାହ୍ମଣୀପାଲି, ମୁଣ୍ଡାପଡା, ପଦ୍ମନପୁର, ତେଲିବନ୍ଧ ଆଦି ପଂଚାୟତର ୨୦ ହଜାର ଲୋକ ଯାତାୟତ କରିଥାନ୍ତି । କାହାର ଜୀବନହାନି ଘଟିବା ପୂର୍ବରୁ ଏହି ରାସ୍ତାର ମରାମତି କରିବା ପାଇଁ ସରପଞ୍ଚ ସୁଷମା ବାଘ, ବିଦ୍ୟାଧର ସ୍ୱାଇଁ, ସମିତି ସଭ୍ୟ ସଂଜୟ ପ୍ରଧାନ, ପ୍ରେମ ପ୍ରଧାନ, ଅଜିତ ମହାକୁଳ, ସୁଶାନ୍ତ ଜେନା, ବଶିଷ୍ଠ ପ୍ରଧାନ, ଅରୁଣ ବାଘ, ଜିଲ୍ଲା ପରିଷଦ ସଭ୍ୟ ଧନେଶ୍ୱର ଅମାତ, ସୁଶାନ୍ତ ବାଘ, ସୁଜିତ ପ୍ରଧାନ, ସରପଞ୍ଚ ପ୍ରତାପ ପରିଡ଼ା, ନଳିନୀ ପଲିଆ ପ୍ରମୁଖ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

13 − 7 =