ଜେସିବି ଓ କାର୍ ମଧ୍ୟରେ ଧକ୍କା

0 1,209

ବୌଦ୍ଧ,୨/୭ – ଜାତୀୟ ରାଜପଥ ନମ୍ବର୍ ୫୭ ର ମନମୁଣ୍ଡା ଥାନା ଜମଟାଙ୍ଗୀ ନିକଟ ବାଘନଦୀ ପୋଲ ପାଖରେ ଆଜି ସକାଳ ପ୍ରାୟ ୬ ଘଣ୍ଟା ସମୟରେ ଗୋଟିଏ ଜେ. ସି. ବି. ଓ ୱାଗନର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସୋନପୁର ସହର ରାମଜୀ ନଗର ଅଞ୍ଚଳରୁ ନୟାଗଡ ଜିଲ୍ଲା ଗଣିଆଁ ଅଞ୍ଚଳକୁ ଜଣେ ବ୍ୟାଙ୍କ କର୍ମଚାରୀ ଯାଉଥିବା ବେଳେ ଓଆର୍୧୫ଏନ୍୧୭୬୩ ନମ୍ବର ଥିବା ଗୋଟିଏ ଜେସିବି ହଠାତ ରାସ୍ତା ଉପରକୁ ଉଠି ଆସିଥିଲା । ଫଳରେ ଓଆର୧୫କ୍ୟୁ୬୧୨୫ ନମ୍ବର୍ ବିଶିଷ୍ଟ ୱାଗନର ଓ ଜେସିବି ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା । ଜେସିବି ଜମଟାଙ୍ଗୀ କ୍ରସରରେ କାମ କରୁଥିଲା ଓ ଡ୍ରାଇଭର ଅନ୍ୟମନସ୍କ ଭାବରେ ରାସ୍ତାର ଉଭୟ ପାର୍ଶ୍ୱକୁ ନ ଦେଖି ହଠାତ୍ ଜାତୀୟ ରାଜପଥ ଉପରକୁ ଉଠି ଆସିବାରୁ ନିଜ ବାମ ପାର୍ଶ୍ୱରେ ମନମୁଣ୍ଡା ଦିଗରୁ ଆସୁଥିବା ୱାଗନର ସହ ଧକ୍କା ହୋଇଥିବା ପ୍ରତ୍ୟକ୍ଷଦର୍ଶିଙ୍କ ସୂତ୍ରରୁ ପ୍ରକାଶ । ଧକ୍କା ଲାଗି ୱାଗନର କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହି ଆହତ ହୋଇ ନଥିବା ଜଣାପଡିଛି । ମନମୁଣ୍ଡା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

17 + 20 =