ପାରଳାଖେମୁଣ୍ଡି,୧୦/୧୦- ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ରାୟଗଡ ବ୍ଳକ ସ୍ଥିତ ସରକାରୀ ଡାକ୍ତରଖାନାପରିସରରେ ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ରକ୍ତ ଅଭାବ ରୁ ଜୀବନ ହାନି ନ ହେଉ ସଂକଳ୍ପକୁ ସଫଳ କରିବା ଉଦ୍ଦେଶ୍ୟରେ ଗଜପତି ଜିଲ୍ଲା ରାୟଗଡ ବ୍ଳକର ସରକାରୀ ଡାକ୍ତରଖାନାରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ଏକ ରକ୍ତ ଦାନ ଶିବିରକୁ ପାରଳା ରାଜଜେମା କଲ୍ୟାଣି ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଗଜପତି ଜିଲ୍ଲା ସଂଯୋଜିକା ଶ୍ରୀମତି ଇନ୍ଦିରା ପଟ୍ଟନାୟକ ଙ୍କ ସଂଯୋଜନା ରେ ଏହି ଶିବିର ଅନୁଷ୍ଠିତ ହୋଇ ଥିଲା ।ଏହି ଶିବିରରୁ ମୋଟ ୬୦ ୟୁନିଟ ରକ୍ତ ସଂଗ୍ରହ ହୋଇଅଛି ।ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ଧନେଶ୍ୱର ଭୂୟାଁ ଜିଲ୍ଲା ଉପାଧ୍ୟକ୍ଷ ଆର ବିଜୟ କୁମାର ବିଜୁ ଜନତା ଦଳର ସଭାପତି ପ୍ରଦୀପ ନାୟକ, ବିଜେଡି ଯୁବ ସଭାପତି ଏସ ଲିଙ୍ଗରାଜ,ଲକ୍ଷ୍ମୀ କାନ୍ତ ପରିଚ୍ଛା,ବରିଷ୍ଠ ବିଜେଡି ନେତା ବସନ୍ତ ଦାସ,ଅନ୍ତର୍ଯ୍ୟାମୀ ଗୋମଙ୍ଗ,ଜ୍ୟୋତିପ୍ରସାଦ ପାଣି,ପୂର୍ବତନ ବ୍ଳକ ଅଧ୍ୟକ୍ଷ ପୂର୍ଣ୍ଣବାସୀ ନାୟକ,ବିଜୁଛାତ୍ର ଜନତା ଦଳର ସଭାପତି ବିଶ୍ୱଜିତ ତ୍ରିପାଠୀ ପ୍ରମୁଖ ସମେତ ବହୁ ଜନତା ଦଳର ନେତା ଓ କର୍ମୀ ମାନେ ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ପ୍ରମାଣ ପତ୍ର ଦେଇ ଉତ୍ସ ।ହିତ କରିଥିଲେ ।