ବିନା ମାକ୍ସ ଓ ସାମାଜିକ ଦୂରତ୍ୱରେ ଜୀବନକୁ ବାଜି ଲଗାଉଛନ୍ତି ଗ୍ରୀନ ଡାଇମଣ୍ଡର ମୁଖ୍ୟ ବିନ୍ଧାଣୀ

0 205

କଣ୍ଟାମାଳ,୨୨/୬- ଗ୍ରୀନ ଡାଇମଣ୍ଡ (କେନ୍ଦୁପତ୍ର)ର ଏକ ସମୃଦ୍ଧ ଅଞ୍ଚଳ ଭାବେ ପଶ୍ଚିମ ଓଡିଶାରେ ଯଥେଷ୍ଟ ଖ୍ୟାତି ରହିଥିବା ଏବଂ ଏହି ପତ୍ରର ଲାଭାଂଶରୁ ସିଂହଭାଗ ଅର୍ଥ ରାଜ୍ୟ ରାଜକୋଷକୁ ସମୃଦ୍ଧ କରୁଥିବା ବେଳେ ଏହି କେନ୍ଦୁପତ୍ର ବ୍ୟବସାୟର ମୁଖ୍ୟ କର୍ଣ୍ଣଧାର ସାଜୁଥିବା ଶ୍ରମିକ ମାନଙ୍କ ପ୍ରତି କେନ୍ଦୁପତ୍ର ବିଭାଗ ଯଥେଷ୍ଟ ଅବହେଳା କରୁଥିବା ଦେଖିବାକୁ ମିଳୁଛି । ସ୍ରଂପତି ବୌଦ୍ଧ ଜିଲ୍ଲାର ୮ ଗୋଟି ରେଞ୍ଜର ମୋଟ ୩୮୨ଟି ଫଡିଘର ମଦ୍ୟରୁ ଅନେକ ସ୍ଥାନରେ ବର୍ତ୍ତମାନ ଯୋରସୋର କେନ୍ଦୁପତ୍ର ବନ୍ଧା ଚାଲିଥିବା ବେଳେ କୌଣସି ଫଡିଘରେ କୋଭିଡ କଟକଣାକୁ କାର୍ଯ୍ୟକାରୀ କରାଯାଉନଥିବା ଦେଖିବାକୁ ମିଳିଛି । ନିରୀହ କେନ୍ଦୁପତ୍ର ବନ୍ଧାଳୀମାନେ ନିଜ ପରିବାରକୁ ନେଇ ଯାଯାବରଭାବେ ବିଭିନ୍ନ ଫଡିଘରେ ପତ୍ର ବାନ୍ଧୁଥିବା ବେଳେ ବିଭାଗ ପକ୍ଷରୁ କରୋନା ସଂକ୍ରମଣକୁ ନେଇ କୌଣସି ସଚେତନତା କରାଯାଉ ନଥିବା ହେତୁ ଶ୍ରମିକ କିମ୍ବା ତାଙ୍କ ପରିବାର ବିନା ମାକ୍ସ ଓ ସାମାଜିକ ଦୂରତ୍ୱରେ ଦିବା ରାତ୍ରୀ ପତ୍ର ବାନ୍ଧି ଚାଲିଛନ୍ତି । ସାରା ବିଶ୍ୱ ମହମାରୀ କରୋନାକୁ ନେଇ ସଂଘର୍ଷ କରୁଥିବା ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କେନ୍ଦୁପତ୍ର ବିଭାଗ କୋଭିଡ ନିୟମକୁ ଫୁ କରିଦେବା ସହ ଶ୍ରମିକ ମାନଙ୍କ ସ୍ୱାର୍ଥ ପ୍ରତି ଗୁରୁତ୍ୱ ଦେଉନଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

two − 1 =