୨୦ ଦିନ ହେଲା ଅଚଳ ହୋଇ ପଡିଛି କଣ୍ଟାମାଳ ଡାକଘର: ହୋଇ ପାରୁନି ଟଙ୍କା ଜମା ଓ ଉଠାଣ

0 146

କଣ୍ଟାମାଳ,୧୦/୬- ସାଧାରଣ ଜନତା ତଥା ଗ୍ରାହକ ମାନଙ୍କ ବିଶ୍ୱାସର ପ୍ରତୀକଭାବେ ଡାକଘର ରହିଥିଲେ ହେଁ ଲିଙ୍କ ଫେଲ ଯୋଗୁଁ ଦିନେ ନୁହଁ କି ଦି ଦିନ ନୁହଁ ଦୀର୍ଘ ୨୦ ଦିନରୁ ଉଦ୍ଧ୍ୱ ହେଲା ଗ୍ରାହକ ଟଙ୍କା ଜମା କି ଉଠାଣ କରିପାରୁନଥିବା ହେତୁ ଗ୍ରାହକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । କଣ୍ଟାମାଳ ସଦର ବ୍ଳକ ମହକୁମାରେ ସ୍ଥାପିତ ଏହି ଉପ ଡାକଘରେ ୫ଗୋଟି ଶାଖା ଡାକଘର ସହିତ ସଦର ବ୍ଳକ ଏବଂ ଆଖପାଖର ହଜାର ହଜାର ଗ୍ରାହକଙ୍କ ସହିତ ଆର୍ଥିକ ଦେଣନେଣର ସଂପର୍କ ରହିଥିଲେହେଁ ଲିଙ୍କ ଫେଲ ଯୋଗୁଁ ସେମାନେ ସେମାନଙ୍କ ପ୍ରାପ୍ୟ ପାଇନପାରି ହଇରାଣ ହେଉଥିବା ବେଳେ ଏଭଳି ଏକ ନିର୍ଭର ଏବଂ ବିଶ୍ୱାସଯୋଗ୍ୟ ଅନୁଷ୍ଠାନ ପ୍ରତି ଆସ୍ଥା ହରାଇ ଦେଉଛନ୍ତି । ଲିଙ୍କ ଫେଲ ନେଇ ସ୍ଥାନୀୟ ଡାକଘର ସହିତ ଯୋଗଯୋଗ କରିବାରୁ ଗତ ମେ ୧୭ ତାରିଖ ଠାରୁ ଏଭଳି ସମସ୍ୟା ଲାଗି ରହିଛି ଏବଂ ବି.ଏସ.ଏନ.ଏଲର ସିଗନାଲ ରହୁନଥିବା ଯୋଗୁଁ ଏଭଳି ଲିଙ୍କ ଫେଲ ଜାରଲରହିଥିଲେ ହେଁ ପ୍ରତିକାର ପାଇଁ ବି.ଏସ.ଏନ.ଏଲ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେବି ମରାମତି କରାଯାଉନାହିଁ । କଣ୍ଟାମାଳ ଡାକଘରର ଏଭଳି ଦୂରବସ୍ଥା ନେଇ ବିକଳ୍ପ ବ୍ୟବସ୍ଥା ତୁରନ୍ତ କରାନଗଲେ ଗ୍ରାହକମାନେ ବାଧ୍ୟହୋଇ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିବା ଆରମ୍ଭକଲେଣି ।

hiranchal ad1
Leave A Reply

Your email address will not be published.

sixteen + two =