ମେଗା ପ୍ରକଳ୍ପ ଠିକା ସଂସ୍ଥାର ବେପରୁଆ ମନୋଭାବ, ଚାଷୀ ହନ୍ତସନ୍ତ

0 875

ବୌଦ୍ଧ,୧୩/୬- କଣ୍ଟାମାଳ ବ୍ଲକ୍‌ ମନମୁଣ୍ଡା ନିକଟରେ ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ବେପରୁଆ ମନୋଭାବ ହେତୁ ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଠିକା ସଂସ୍ଥା ବିଭିନ୍ନ ଚାଷ ଜମିରେ ମନଇଚ୍ଛା ପାଇପ ପୋତିବା ପାଇଁ ଗାତ ଖୋଳି ଭଲ ଭାବରେ ନ ପୋତି ଛାଡି ଚାଲି ଯାଉଥିବା ଓ ଚାଷ ଜମି ମଧ୍ୟରେ ଇତଃସ୍ତତଃ ବଡ଼ ବଡ଼ ପାଇପ ପକାଇ ମାସ ମାସ ଧରି ହଟାଉନଥିବାରୁ ଚାଷୀମାନେ ଚାଷ କରିବାରେ ଅସୁବିଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ଘିକୁଣ୍ଡି ଗ୍ରାମ ପଞ୍ଚାୟତ ରତାଖଣ୍ଡି ଗ୍ରାମର ଚାଷୀ ସର୍ବେଶ୍ୱର ହୋତାଙ୍କ ପ୍ରାୟ ୮ ଏକର ଜମି ଗତ ରବି ଋତୁରେ ଏ କାରଣ ପାଇଁ ଚାଷ ହୋଇପାରିନଥିବା ଶ୍ରୀ ହୋତା ପ୍ରକାଶ କରିଛନ୍ତି । ସେହିପରି ନୁର୍ପା ଗ୍ରାମର ନିରଞ୍ଜନ ହୋତା, ବୈଦ୍ୟନାଥ ହୋତା, କୃଷ୍ଣଚନ୍ଦ୍ର ସାମଲଙ୍କ ସମେତ କପାସିରା ଓ ମହୁଲବାହାଲି ଗ୍ରାମରେ ଠିକା ସଂସ୍ଥାର ବେପରୁଆ ମନୋଭାବ ଯୋଗୁଁ ଅନେକ ଚାଷୀ ଖରିଫ ଚାଷ ପାଇଁ ଜମି ପ୍ରସ୍ତୁତି କରିପାରୁନଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ମେଗା ପ୍ରକଳ୍ପ ଠିକା ସଂସ୍ଥାର ସାଇଟ୍‌ ଇଞ୍ଜିନିଅର ସୌମ୍ୟ ବେହେରାଙ୍କୁ ପଚାରିବାରୁ ତୁରନ୍ତ ପାଇପ ଗୁଡିକ ହଟାଇବା ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

five × three =