ଧାନକିଣା ବିଭ୍ରାଟ ପାଇଁ ଖଟଖଟିଆରେ ଚାଷୀଙ୍କ ରାସ୍ତାରୋକ

0 205

କଣ୍ଟାମାଳ,୧୭/୦୬ – ରବି ଋତୁରେ ଧାନ କିଣାରେ ଜିଲ୍ଲା ଯୋଗାଣ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ହେତୁ ଆଜି ଉତ୍ତ୍ୟକ୍ତ ଚାଷୀମାନେ ରାସ୍ତାରେ ଧାନବସ୍ତା ରଖି ମନମୁଣ୍ଡାରୁ କଣ୍ଟାମାଳ ଯାଇଥିବା ରାଜ୍ୟ ରାଜପଥକୁ ଖଟଖଟିଆ ଠାରେ ସକାଳ ୭ ଘଣ୍ଟା ସମୟରୁ ଅବରୋଧ କରିଛନ୍ତି । ଗତକାଲି ଶିମିଳିପଦର ସେବା ସମବାୟ ସମିତିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଷୀମାନେ ତାଲା ମଧ୍ୟ ପକାଇଥିଲେ । ପୋଲିସ ଚାଷୀମାନଙ୍କୁ ବୁଝାଶୁଝା କରାଇ ତାଲା ଖୋଲିଥିଲେ ମଧ୍ୟ ସମସ୍ୟାର ସମାଧାନ ପାଇଁ କୌଣସି ପ୍ରଶାସନିକ ଅଧିକାରୀ ମଣ୍ଡିରେ ପହଞ୍ଚି ନଥିଲେ ।

hiring

ଫଳରେ ଉତ୍ତ୍ୟକ୍ତ ଚାଷୀ ଆଜି ରାସ୍ତା ଅବରୋଧ କରିବାସହ ମଣ୍ଡିରେ ଧାନବିକ୍ରୟ ସମସ୍ୟାର ସମାଧାନ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଟୋକେନ ଓ ଟ୍ରକ ସମସ୍ୟା ଯୋଗୁଁ ଶିମିଳିପଦର ମଣ୍ଡିରେ ହଜାର ହଜାର ବସ୍ତା ଧାନ ବହୁଦିନ ହେଲା ପଡିରହିଛି । ବର୍ଷାରେ ଧାନ ଭିଜି ଗଜା ହୋଇଗଲାଣି । ଅନେକ ଚାଷୀମାନଙ୍କ ଟୋକନ ମଧ୍ୟ ରଦ୍ଦ ହୋଇଯାଇଥିବା ସୂଚନା ମିଳିଛି । ଏ ସମସ୍ୟାର ସମାଧାନ ପାଇଁ ସକାଳ ୭ ଘଣ୍ଟା ସମୟରୁ ଚାଷୀମାନେ ଖଟଖଟିଆ ଗ୍ରାମ ନିକଟରେ ରାସ୍ତା ଅବରୋଧ କରିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନଥିବା ସୁଚନା ମିଳିଛି ।

hiranchal ad1
Leave A Reply

Your email address will not be published.

three × five =