ବୌଦ୍ଧଜିଲ୍ଲା ଶିକ୍ଷା ବିଭାଗର ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ-ଡିସେମ୍ବରରୁ ଢେକଲମୁଣ୍ଡା ବିଦ୍ୟାଳୟ ପିଲାଙ୍କୁ ମିଳିନି ପୋଷାକ ଓ ମଧ୍ୟାହ୍ନ ଭୋଜନ ଟଙ୍କା

0 141

hiring

କଣ୍ଟାମାଳ,୧୨/୬- ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗର ତୃଟିପୂର୍ଣ୍ଣ ଏବଂ ଆଦିବାସୀ ମାରଣ ନୀତି ଯୋଗୁଁ କଣ୍ଟାମାଳବ୍ଳକ ଉମା ପଞ୍ଚାୟତ ଢେକଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୨୯ ଜଣ ଆଦିବାସୀ ଛାତ୍ରଛାତ୍ରୀ ଗତ ଡିସେମ୍ବର ମାସରୁ ସେମାନଙ୍କ ପୋଷାକ ଓ ମଧ୍ୟାହ୍ନ ଭୋଜନ ଟଙ୍କା ପାଇ ନଥିବା ଜଣାଯାଇଛି । ସଂପ୍ରତି ବୌଦ୍ଧ ଶିକ୍ଷା ଜିଲ୍ଲା ପକ୍ଷରୁ କରାଯାଇଥିବା ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାରେ ବିଭାଗର ଦୂରଦୃଷ୍ଟି ଅଭାବରୁ ଢେକଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶତ ପ୍ରତିଶତ ଆଦିବାସୀ ଛାତ୍ରଛାତ୍ରୀ ଏବଂ ଏହା ଏକ ୨୭ ବର୍ଷର ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ହୋଇଥିବା ସ୍ଥଳେ ବିଦ୍ୟାଳୟକୁ ଢେକଲମୁଣ୍ଡା ଗ୍ରାମରୁ ଦୁଇ କିଲୋମିଟର ଦୂରରେ ରହିଥିବା ବରହାକାଲୁ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି । ମିଶ୍ରଣ କରାଯାଇଥିବା ବିଦ୍ୟାଳୟର କୌଣସି ଭିତ୍ତିଭୂମି ନଥିବା ବେଳେ ଏହା ଏକବିପଦପୂର୍ଣ୍ଣ ପୋଖରୀ ନିକଟରେ ରହିଛି ଯାହାକି ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରତ୍ୟେକ ସମୟରେ ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ଗ୍ରାମବାସୀ ଅଭିଯୋଗ କରି ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟ ଛାଡୁନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ପ୍ରକାଶ । କରୋନା ମହାମାରୀ ପାଇଁ ବିଦ୍ୟାଳୟ ଗୁଡିକରେ ତାଲା ଝୁଲୁଥିବା ହେତୁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଟଙ୍କା ଓ ଚାଉଳ, ପୋଷାକ ଆଦି ଦିଆଯାଉ ଥିବା ବେଳେ ଗ୍ରାମବାସୀଙ୍କ ବିଦ୍ୟାଳୟ ମିଶ୍ରଣ ବିରୋଧ ଯୋଗୁଁ କୋମଳମତି ଛାତ୍ରଛାତ୍ରୀମାନେ ଗତ ୭ ମାସ ହେଲା ଏହି ସହାୟତା ପାଇବାରେ ବଞ୍ଚିତ ହୋଇ ପଡିଛନ୍ତି । ଇତି ମଧ୍ୟରେ ଗ୍ରାମର ପ୍ରାୟ ୧୦୭ ଜଣ ବାସିନ୍ଦାଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ଦାବୀପତ୍ର ରାଜ୍ୟର ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍କୁଲ ଓ ଗଣ ଶିକ୍ଷା, ଅନୁସୂଚୀତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ, ଶିକ୍ଷା ସଚିବ, ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବା ସହ ସେମାନଙ୍କୁ ସେମାନଙ୍କ ବିଦ୍ୟାଳୟ ଫେରାଇ ଦେବାକୁ ଅନୁରୋଧ କରିବା ସହ ସେମାନଙ୍କ ପିଲାଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

15 − 2 =