ସମାକୂପା ବନ ସଂରକ୍ଷଣ ସମିତି ଦ୍ୱାରା ପରିବେଶ ସଚେତନତା କାର୍ଯ୍ୟକ୍ରମ

0 105

କଣ୍ଟାମାଳ,୯/୭- ବୌଦ୍ଧ ବନଖଣ୍ଡ ଅଧିନସ୍ଥ କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ସମାକୂପା ବନ ସଂରକ୍ଷଣ ସମିତି ଦ୍ୱାରା ବାର୍ଷିକ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆଜି ବନ ସଂରକ୍ଷଣ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ବୌଦ୍ଧ ବନଖଣ୍ଡୀୟ ଅଧିକାରୀ ଯଶୋବନ୍ତ ସେଠୀ ଯୋଗ ଦେଇ ବନସଂରକ୍ଷଣ ସମିତି ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ ।

hiring

କୋଭିଡ କଟକଣା ହେତୁ ସୀମିତ ସ୍ୱଂୟ ସହାୟକ ଗୋଷ୍ଠୀର ମା ମାନଙ୍କୁ ପରିବେଶର ବିଭିନ୍ନ ଦିଗ ଉପରେ ସଚେତନ କରିବା ସହ ନିଜ ଗାଁ ଚତୁଃପାଶ୍ୱର୍ରେ ରହିଥିବା ସବୁଜ ବନାନୀର ସୁରକ୍ଷା ପାଇଁ ଆହ୍ୱାନ କରିଥିଲେ । ଏହି ଅବସରରେ ଅନ୍ୟତମ ଅତିଥିଭାବେ ସହକାରୀ ବନସଂରକ୍ଷକ ରାଜେନ୍ଦ୍ର ଗୋଛାୟତ, କଣ୍ଟାମାଳ ବନାଞ୍ଚଳ ଅଧିକାରୀ କ୍ଷୀରାବ୍ଧୀ ପଧାନ, ନାରାୟଣପ୍ରସାଦ ସେକ୍ସନ ବନପାଳ ଚିତ୍ତରଞ୍ଜନ ପ୍ରଧାନ, କଣ୍ଟାମାଳ ସେକ୍ସନ ବନପାଳ ରବିନ୍ଦ୍ର କୁମ୍ଭାର ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ବନ ସଂରକ୍ଷଣ ସମିତିର ସଭାପତି ଦିବ୍ୟଶଙ୍କର ରାଉତ, କୋଷାଧ୍ୟକ୍ଷ ଛବିଳ ପ୍ରଧାନ, ଅଲେଖ କାଲସେ, ରବିନ୍ଦ୍ର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ସମିତି ତରଫରୁ ମୁଖ୍ୟଅତିଥି ଓ ଅନ୍ୟ ଅତିଥିମାନଙ୍କୁ ଉପଢୌକନ ଓ ପ୍ରଶଂସା ପତ୍ର ଦେଇ ସମ୍ମାନୀତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

4 × 1 =