ବୌଦ୍ଧ,୧୯/୭ – ଦିନକୁଦିନ ବୌଦ୍ଧଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେବା ପରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୭ ରେ ପହଞ୍ଚିଛି ।
ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଣେ କର୍ମଚାରୀ, ଜଣେ ଆରକ୍ଷୀ ବିଭାଗର କର୍ମଚାରୀ, ବୁଟୁପାଲିରେ ଭଡା ରହୁଥିବା ହରଭଙ୍ଗା ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ ସାମିଲ ଥିବାରୁ ସେମାନଙ୍କ ସଂସ୍ପର୍ଶରେ ଅନେକ ଲୋକ ଆସିଥିବା ଆଲୋଚନା ହେଉଛି । ସେହିପରି ଚାରିଛକରୁ ଗୋଟିଏ ପରିବାରର ୨ ଜଣ ଓ ଅନ୍ୟ ପରିବାରର ଜଣଙ୍କୁ ମିଶାଇ ମୋଟ ୩ ଜଣଙ୍କ ଠାରେ କରୋନା ପଜିଟିଭ ବାହାରିଥିବା ଜଣାପଡିଛି । ଏ ସମସ୍ତ ୩ ଜଣଙ୍କ ବୟସ ୧୫ ବର୍ଷ ମଧ୍ୟରେ ରହିଥିବା ଓ ତନ୍ମଧ୍ୟରୁ ଜଣେ ବାଳକ ଓ ଦୁଇ ଜଣ ବାଳିକା ବୋଲି କୁହାଯାଉଛି । ସମସ୍ତେ ଗଞ୍ଜାମ ଫେରନ୍ତା ଅଟନ୍ତି । ସେହିପରି ବୌଦ୍ଧସହର ଉପକଣ୍ଠ କାଲେଶ୍ୱର ରୋଡ୍ପାଶ୍ୱର୍ରୁ ଓ ବୁଟୁପାଲି ଅଂଚଳରୁ ମଧ୍ୟ ଆଉ ଦୁଇ ଜଣ ନୂଆ ପଜିଟିଭ ଚିଦ୍ନଟ ହୋଇଥିବା ଜଣାପଡିଛି । ଗତକାଲି ସୁଚନା ମିଳିବା ପରେ ପ୍ରଶାସନ ସମସ୍ତ ପଜିଟିଭ ଚିହ୍ନଟ ୮ ଜଣ ବ୍ୟକ୍ତିଙ୍କୁ ଆଣି ବୌଦ୍ଧ କୋଭିଡ ହେଲଥ ସେଣ୍ଟରରେ ଭର୍ତ୍ତି କରିଛି । ଆଜିର ଆକ୍ରାନ୍ତ ମଧ୍ୟରୁ ସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ଏକାଧିକ ବ୍ୟକ୍ତି ଥିବାରୁ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତାଲିକା ବହୁ ଲମ୍ବା ହୋଇ ପାରେ ବୋଲି ଆଲୋଚନା ହେଉଛି ।
Sign in
Sign in
Recover your password.
A password will be e-mailed to you.
Next Post