ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବୌଦ୍ଧ ସହର ହେଲା ଲକ୍ ଡାଉନ ୩୧ ଯାଏଁ ଶନିବାର ଓ ରବିବାର ସଟ୍ ଡାଉନ୍

0 1,905

ବୌଦ୍ଧ, ୧୭/୭ -କରୋନାର ବ୍ୟୁତ୍ପାତ ବୌଦ୍ଧ ସହରରେ ଦେଖିବାକୁ ମିଳୁଛି । ସେଥିପାଇଁ ପ୍ରଶାସନ ସହରର ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଚାଲିଛନ୍ତି । ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇନଥିଲେ ମଧ୍ୟ ବୌଦ୍ଧ ସହରାଞ୍ଚଳ ମଧ୍ୟରେ ଆଉ କିଛି କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ପ୍ରଶାସନକୁ ସୂଚନା ମିଳିଛି । ସେଥିପାଇଁ ବୌଦ୍ଧ ସହରର ବୁଟୁପାଲି ଓ କଚେରୀ ଛକ ଅଂଚଳର କଣ୍ଟେନମେଣ୍ଟ ଅବଧି ୨୦ ତାରିଖ ଯାଏଁ ଆଜି ସକାଳେ ବୃଦ୍ଧି କରାଯାଇଥିଲା । ସେହିପରି ଆଜି ଅପରାହ୍ନରେ ବୌଦ୍ଧ ଏନଏସିର ସମସ୍ତ ଅଂଚଳ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍ ଡାଉନ ରହିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଏହି ସମୟରେ ସମସ୍ତ ଦୋକାନ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । କେବଳ ଜରୁରାକାଳୀନ ସେବା ପାଇଁ ଔଷଧ ଦୋକାନ, ତେଜରାତି ଦୋକାନ, ଫଳ ଓ ପନିପରିବା, କ୍ଷୀର, ମାଛ ମାଂସ ଓ ଅଣ୍ଡା ଦୋକାନ, ବ୍ୟାଙ୍କ, ପେଟ୍ରୋଲ ପଂପ ଏବଂ ଗ୍ୟାସ ଅଫିସ ଖୋଲା ରହିବ । ଏହାବ୍ୟତୀତ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ ଘୋଷଣା କରାଯାଇଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

7 + 17 =