ମାରୱାଡି ଯୁବ ମୋର୍ଚ୍ଚା ବୌଦ୍ଧ ଶାଖା ପକ୍ଷରୁ କୋଭିଡ ସହାୟତା : ରୋଗୀଙ୍କୁ ଅକ୍ସିଜେନ ଓ ଅସହାୟଙ୍କୁ ଖାଦ୍ୟ ଯୋଗାଣ

0 353

ବୌଦ୍ଧ : ରାଜ୍ୟ ତଥା ଦେଶରେ ଏବେ କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ବହୁ ଜୀବନହାନୀ ଘଟୁଛି । ରୋଗୀଙ୍କ ପାଇଁ ଅକ୍ସିଜେନର ଘୋର ଅଭାବ ସୃଷ୍ଟି ହେଉଛି । ଦେଶର ଏହି ଗୁରୁତର ସମସ୍ୟା ସମୟରେ ବହୁ ଅନୁଷ୍ଠାନ ଆଗକୁ ଆସି ଲୋକଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି । ଏହି କ୍ରମରେ ମାରୱାଡି ଯୁବ ମୋର୍ଚ୍ଚା ବୌଦ୍ଧ ଶାଖା ପକ୍ଷରୁ ମଧ୍ୟ ସେବା କାର୍ଯ୍ୟ ଜାରି ରହିଛି । ବିଶେଷକରି ବୌଦ୍ଧ ଜିଲ୍ଲା ପାଇଁ ମାଗଣା ଅକ୍ସିଜେନ ସେବା ଆରମ୍ଭ କରି ଜିଲ୍ଲାରେ ଏହି ଅନୁଷ୍ଠାନ ଉଚ୍ଚ ପ୍ରଶଂସିତ ହୋଇଛି । ଜିଲ୍ଲା ପାଇଁ ୨୪ ଘଣ୍ଟିଆ ହେଲପ ଲାଇନ ନମ୍ବର ଜାରି କରିଛି ମାରୱାଡି ଯୁବ ମୋର୍ଚ୍ଚା ।

hiring

ମୋର୍ଚ୍ଚ ପକ୍ଷରୁ ଜାରି କରାଯାଇଥିବା ନମ୍ବରଗୁଡିକ ହେଲା ୯୪୩୭୦୬୨୯୪୮, ୯୬୯୨୦୫୩୪୫୧, ୯୪୩୮୪୨୩୯୨୩ । ବୌଦ୍ଧ ଜିଲ୍ଲାର ଯେଉଁ ରୋଗୀଙ୍କ ପାଇଁ ଅକ୍ସିଜେନ ଦରକାର ପଡିବ ଏହି ନମ୍ବର ଯୋଗାଯୋଗ କଲେ ତୁରନ୍ତ ଅକ୍ସିଜେନ ଯୋଗାଇ ଦିଆଯିବ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ।


ମାରୱାଡି ଯୁବ ମୋର୍ଚ୍ଚା ବୌଦ୍ଧ ଶାଖା ପକ୍ଷରୁ ବୁର୍ଲା ଓ ବିଶାଖାପାଟଣା ଡାକ୍ତରଖାନାକୁ ଯାଉଥିବା ଗୁରୁତର କୋଭିଡ ରୋଗୀଙ୍କୁ ଅକ୍ସିଜେନ ଯୋଗାଇ ଦିଆଯାଇଥିଲା । ଏହାକୁ ଅଂଚଳବାସୀ ଖୁବ୍ ପ୍ରଶଂସା କରିଥିଲେ । ସେହିପରି ବୌଦ୍ଧ ଜିଲ୍ଲା ବାମୁଣ୍ଡା ଗ୍ରାମରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲେ । ଏଥିରେ ମୋର୍ଚ୍ଚାର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

fifteen − six =