ପ୍ୟାକ୍ସ କଂପ୍ୟୁଟରୀକରଣ ଓ ସୁଷମ ସାର ବଣ୍ଟନ ସମ୍ପର୍କିତ ବୈଠକ

0 354

ବୌଦ୍ଧ,୧୬/୭ – ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ସମବାୟ ସମିତିର କମ୍ପ୍ୟୁଟରୀକରଣ କରାଯିବ । ସେହିପରି ଖରିଫ ଧାନ ଚାଷ ପାଇଁ କିଭଳି ଚାଷୀ ମାନଙ୍କ ମଧ୍ୟରେ ସରକାରୀ ଧାର୍ଯ୍ୟ ଦରରେ ସାର ବିକ୍ରୟ କରାଯାଇପାରିବ ସେ ସଂପର୍କିତ ଏକ ବୈଠକ ଗତକାଲି ସହକାରୀ ନିବନ୍ଧକ ସମବାୟ ସମିତି ସମୁହ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ ଆଇନକୁ ଅନୁପାଳନ କରି ୬ ଗୋଟି ସମିତିର ସଂପାଦକଙ୍କ ସହ ସହକାରୀ ନିବନ୍ଧକ ଭୀମସେନ ସାହୁ ଏକ ସମୀକ୍ଷା ବୈଠକ କରିଥିଲେ । ଯଥାଶୀଘ୍ର ଅସଂପୂର୍ଣ୍ଣ ଥିବା କମ୍ପ୍ୟୁଟରୀକରଣ କାର୍ଯ୍ୟ ସାରିବାକୁ ସଂପାଦକ ମାନଙ୍କୁ ନିର୍ଦ୍ଦେଶ ଦେବା ସହ ସାରର ସୁଷମ ବଣ୍ଟନ ପାଇଁ ପରାମର୍ଶ ଦେଇଥିଲେ । କୋଭିଡ କଟକଣା ଯୋଗୁଁ ଏକକାଳୀନ ସମସ୍ତ ୪୨ଟି ସମିତିର ସଂପାଦକଙ୍କ ବୈଠକ କରାନଯାଇ ପର୍ଯ୍ୟାୟକ୍ରମେ ୫/୬ ଟି ଲେଖାଏଁ ସମିତିର ସମୀକ୍ଷା କରାଯାଉଥିବା ସହକାରୀ ନିବନ୍ଧକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 2 =