ଶ୍ରମିକ ନିୟୋଜନରେ ବନ ବିଭାଗର ପାତରଅନ୍ତର ଅଭିଯୋଗ

0 767

ବୌଦ୍ଧ,୧/୮ – ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ସାଂପୋଚ ଗ୍ରାମପଞ୍ଚାୟତର ଶ୍ୟାମସୁନ୍ଦରପୁର୍‌ ଗ୍ରାମ ଗନ୍ଧରପାଲ ଠାରେ ବନବିଭାଗ ତରଫରୁ ବନୀକରଣ କାର୍ଯ୍ୟ ଚାଲୁଅଛି । କରୋନା ପାଇଁ କାମ ଧନ୍ଦା ହରାଇ ଶ୍ରମଜୀବିମାନେ ଭୋକ ଉପାସରେ କାଳାତିପାତ କରୁଥିବା ବେଳେ ବନୀକରଣ କାର୍ଯ୍ୟରେ ଶ୍ୟାମସୁନ୍ଦରପୁର ଗ୍ରାମ ସମେତ ପଡୋଶୀ ଖଜୁରିଆ ଓ ଫକୀରପୁର ଗ୍ରାମର ପ୍ରାୟ ୫୦ ଜଣ ଶ୍ରମିକ ଗତ ସପ୍ତାହରୁ କାମ ଆରମ୍ଭ କରିଥିଲେ । ମିଳିଥିବା ଅଭିଯୋଗ ଅନୁଯାୟୀ ସେମାନେ ମାତ୍ର ଛଅ ଦିନ କାମ କରିଥିବାବେଳେ ଆଜି ସକାଳେ କାମ କରିବାକୁ ଆସିଥିବା ଶ୍ରମିକ ମାନଙ୍କୁ ସେଠାରେ ବୁଝାଶୁଝା କରୁଥିବା ଜଣେ ମୁନସୀ ଫେରାଇ ଦେଇଥିଲେ । କିଛି ସମୟ ପରେ ସକାଳ ପ୍ରାୟ ୯ ଘଣ୍ଟା ସମୟରେ ପ୍ରାୟ ୧୦ /୧୫ ଜଣ ଶ୍ରମିକ ଲଗାଇ ମୁନସୀ କାମ କରାଉଥିବା ଦେଖି ଫେରି ଯାଇଥିବା ଶ୍ରମିକ ମାନେ ଆସି ତାଙ୍କୁ କାହିଁକି କାମରେ ଲଗାଗଲା ନାହିଁ ବୋଲି ମୁନସୀଙ୍କୁ ପଚାରିଥିଲେ । ମୁନସୀ କୌଣସି ସନ୍ତୋଷ ଜନକ ଉତ୍ତର ନ ଦେଇ ତାହା ତାଙ୍କର ଇଚ୍ଛା ବୋଲି କହିବାରୁ କିଛି ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଶ୍ରମିକ ମାନଙ୍କ ଅଭିଯୋଗ ଅନୁଯାୟୀ ସେଠାରେ ବନବିଭାଗର କୌଣସି କର୍ମଚାରୀ କାମ ବେଳେ ଉପସ୍ଥିତ ନରହୁଥିବାରୁ ମୁନସୀ ମନ ଇଚ୍ଛା ଶ୍ରମିକ ଲଗାଉଛନ୍ତି । ଅତି ଆବଶ୍ୟକ ଥିବା ଗରିବ ଶ୍ରମିକଙ୍କୁ କାମରେ ନ ଲଗାଇ ଜମିବାଡି ଓ ଅନ୍ୟାନ୍ୟ ଆୟ ଥିବା ଧନୀକ ଶ୍ରେଣୀର ଲୋକଙ୍କୁ କାମରେ ବିନିଯୋଗ କରାଯାଉଥିବା ଅଭିଯୋଗ ହୁଏ । ଦାୟିତ୍ୱରେ ଥିବା ଫରେଷ୍ଟର, ରେଞ୍ଜର୍‌ ତଥା ଡିଏଫଓ ଏ ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

2 × one =