ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ବୌଦ୍ଧ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

0 151

ବୌଦ୍ଧ : ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ଜିଲ୍ଲା କାର୍ଯ୍ୟାଳୟର ଦୃଶ୍ୟ ଓ ଶ୍ରାବ୍ୟ ସମ୍ମିଳନୀ କକ୍ଷରେ ଦୁରଭାଷା ମାଧ୍ୟମରେ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ କନ୍ଧାମାଳ ସାଂସଦଙ୍କ ପ୍ରତିନିଧି, ବୌଦ୍ଧ ଓ କଣ୍ଟାମାଳ ବିଧାୟକଙ୍କ ସହିତ ପ୍ରତ୍ୟେକ ବ୍ଲକର ଚେୟାରମ୍ୟାନ ମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ଅଧିକାରୀ, ଉପ ଜିଲ୍ଲାପାଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲାଦାର, ନିର୍ବାହୀ ଅଧିକାରୀ ବୌଦ୍ଧ ପୌରାଞ୍ଚଳ ତଥା ସମସ୍ତ ନିର୍ବାହୀ ଯନ୍ତ୍ରୀ, ଚିକି୍‌ତସା ଅଧିକାରୀ, ପଶୁ ଚିକିତ୍ସା ଅଧିକାରୀ ଓ ସମସ୍ତ ପଦସ୍ଥ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟତଃ ବୌଦ୍ଧ ଜିଲ୍ଲାରେ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିର କିପରି ସଠିକ୍ ଭାବେ ମୁକାବିଲା କରାଯିବା ସେହି ସମ୍ବନ୍ଧରେ ପୂର୍ବ ପ୍ରସ୍ତୁତି ସହ ପଞ୍ଚାୟତରାଜ ପ୍ରତିନିଧିମାନଙ୍କର ମତାମତ ଗ୍ରହଣ କରାଯାଇଥିଲା । ତତ୍ ସହିତ ୟାସ ଓ କୋଭିଡ ପରିଚାଳନା ସମ୍ବନ୍ଧରେ ମଧ୍ୟ ଆଲୋକପାତ କରାଯାଇଥିଲା । ଜିଲ୍ଲାପାଳ ସମସ୍ତଙ୍କୁ ସମସ୍ତଙ୍କୁ କରି ଅଧିବେସନର କାର୍ଯ୍ୟସୂଚୀ ଅନୁସାରେ ସମସ୍‌ତ ବିଷୟ ଆଲୋଚନା କରିଥିଲେ । ସାଂସଦଙ୍କ ପ୍ରତିନିଧି ସମସ୍ତ ଜିଲ୍ଲାପ୍ରଶାସନ ଓ ପଞ୍ଚାୟତ ପ୍ରତିନିଧିଙ୍କୁ ସାଧୁବାଦ ଜଣାଇଥିଲେ ଓ ଏହି ଅବସରରେ ସେ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ସହଯୋଗ କାମନା କରିଥିଲେ । ବିଧାୟକ ବୌଦ୍ଧ ସମସ୍ତ ପଦସ୍ଥ ଅଧିକାରୀମାନେ ଠିକ୍ ଭାବରେ କାର୍ଯ୍ୟ ଆକଳନ କରି ସଠିକ୍ ସମୟରେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ସେ ମୁଖ୍ୟତଃ ଚିକିତ୍ସା କ୍ଷେତ୍ରରେ ବୌଦ୍ଧରେ ଡାକ୍ତର ଓ ନର୍ସଙ୍କ ଆହୁରି ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ । ସାଂସଦ କିମ୍ସ ମେଡିକାଲର ଏକ ଡାକ୍ତରୀ ଦଳକୁ ଏଠାରେ ନିୟୋଜିତ କରିବା ପାଇଁ ମତାମତ ଦେଇଥିଲେ ।
କଣ୍ଟାମାଳ ବିଧାୟକ କୋଭିଡ ପରୀକ୍ଷାକୁ ଆହୁରି ବଢାଇବା ସହିତ କୋଭିଡ ଡାକ୍ତରଖାନାରେ ରୋଗୀଙ୍କର ଠିକ୍ ଭାବରେ ଯତ୍ନ ନିଆଯିବା ଓ ସେମାନଙ୍କର ସଂପର୍କୀୟମାନଙ୍କ ସହ ସେମାନେ କିପରି ଯୋଗାଯୋଗ ଭଲ ଭାବରେ କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ସେହିପରି ଫସଲ କ୍ଷତିର ସଠିକ୍ ଆକଳନ କରିବା ପାଇଁ ସେ କୃଷି ଅଧିକାରୀସହିତ ଅମିନ ଓ ରାଜସ୍ୱ ନିରୀକ୍ଷକ ମାନଙ୍କ ମିଳିତ ସର୍ବେକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ହରଭଙ୍ଗା ଚେୟରମ୍ୟାନ ମଧ୍ୟ କହିଥିଲେ ଯେ, ତହସିଲଦାରମାନେ ଠିକା ଭାବରେ ଆକଳନ କରି ଯୋଗ୍ୟ ହିତାଧିକାରୀମାନଙ୍କୁ ଠିକ୍ ସମୟରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କଲେ ସରକାରଙ୍କ ଆଭିମୁଖ୍ୟ ପୂରଣ ହୋଇପାରିବ ।
ସମସ୍ତଙ୍କ ମତାମତକୁ ସମ୍ମାନ ଦେଇ ଜିଲ୍ଲାପାଳ, ସାଂସଦ ଓ ବିଧାୟକମାନଙ୍କୁ କୋଭିଡ-୧୯ର ଭୟାବହତାକୁ ରୋକିବା ପାଇଁ ଆନ୍ତରିକତା ସହଯୋଗ କୁ ସାଧୁବାଦ ଜଣାଇଥିଲେ । ବୌଦ୍ଧରେ ତିଆରି ହେବାକୁ ଯାଉଥିବା ଅକ୍ସିଜେନ ପ୍ଲାଣ୍ଟ ଓ କୋଭିଡ ପରୀକ୍ଷାଗାର ପାଇଁ ସରକାର ତଥା ଜନପ୍ରତିନିଧି ମାନଙ୍କର ସହଯୋଗ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

twenty − 17 =