ବିକାଶପୁର ନିକଟସ୍ଥ ଜଙ୍ଗଲରୁ ବହୁପରିମାଣର ମଦ ଜବତ

0 94

ବ୍ରହ୍ମପୁର,୨୧/୭ :ତାଲାବନ୍ଦ ସମୟରେ ବିଭିନ୍ନ ପ୍ରକାର ବେନିୟମ ଉପାୟରେ ମଦ ପ୍ରସ୍ତୁତି କରି ଟଙ୍କା ରୋଜଗାର କରିବା ନଜିର ରହିଛି । ଏଥି ମଧ୍ୟରେ ପୁଣି ଆଉ ଏକ ମାମଲା ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଅବକାରୀ ଅଧିକାରୀ ରାମେନ୍ଦ୍ର ନାୟକଙ୍କ ନେତୃତ୍ୱରେ ବ୍ରହ୍ମପୁର-୨ ଏକ୍ସାଇଜ୍‌ ଓ ବ୍ରହ୍ମପୁର ପୁଲିସ ଏବଂ କୁକୁଡାଖଣ୍ଡି ତହସିଲଦାରଙ୍କ ମିଳିତ ମିଳିତ ଚଢଉରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ବିକାଶପୁର ନିକଟରେ ଏକ ଜଙ୍ଗଲରେ ବହୁ ପରିମାଣ ମଦ ଜବତ କରାଯିବାପରେ ତାହାକୁ ନଷ୍ଟ କରାଯାଇଛି । ଏହି ଘଟଣାରେ କାହାକୁ ଗିରଫ କରାଯାଇନଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶ ଥାଉକି ଆଜି ବ୍ରହ୍ମପୁର-୨ ଏକ୍ସାଇଜ୍‌ ଏବଂ କୁକୁଡାଖଣ୍ଡି ତହସିଲଦାରଙ୍କ ମିଳିତ ଭାବେ ବୁଦାଲୁଣ୍ଡି ଜଙ୍ଗଲ ଓ ବିକାଶପୁରରେ ଚଢାଉ କରାଯାଇଥିଲା । ଚଢାଉରେ ୬୪୦୦ ଲିଟର୍‌ ପୋଚ ମିଶ୍ରିତ ମଦ, ୨୪୦ ଲିଟର୍‌ ରନ୍ଧା ମଦ ଏବଂ ୩୨ ଟି ବଡ ପ୍ଲାଷ୍ଟିକ ଡ୍ରମ୍‌ରେ ଦୁଇଶହ ଲିଟର ମଦ ଜବତ କରାଯାଇଛି । ପରିବହନ ଅସୁବିଧା ହେତୁ ଘଟଣାସ୍ଥଳରେ ହିଁ ନଷ୍ଟ କରାଯାଇଥିଲା । ଘଟଣାରେ ଅଭିଯୁକ୍ତ ମାନଙ୍କୁ ଖୋଜିବା ଜାରି ରହିଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ମିଳିତ ଚଢାଉରେ କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସାଙ୍ଗମିତ୍ରା ଦେବୀ,ବ୍ରହ୍ମପୁର ଆଇ.ଇ ସଦର ଅର୍ଜୁନ ମଲିକ୍‌,( ଓଆଇଏସ୍‌ ବ୍ରହ୍ମପୁର-୨) ମିହିର କୁମାର ସେଠୀ, ଅଭିମନ୍ୟୁ ସାହୁ ଓଆଇସି ବ୍ରହ୍ମପୁର -୨ ଏକ୍ସାଇଜ୍‌ ଷ୍ଟେସନ୍‌, ସନ୍ତୋଷ ସାହୁ ଏସଆଇ(ଜଙ୍ଗଲ ବିଭାଗ), ସେମାନଙ୍କର କର୍ମଚାରୀ ଏବଂ ବ୍ରହ୍ମପୁର ପୁଲିସ ଏପିଆର ବାହିନୀ ଚଢାଉରେ ସାମିଲ ରହିଥିଲେ ।

hiranchal ad1
Leave A Reply

Your email address will not be published.

five × two =