ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ: ରୋଗ ଶଯ୍ୟାରେ ବୁଟୁ

0 305

ଦଶପଲ୍ଲା: ଦଶପଲ୍ଲା ବିଜ୍ଞପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୨ନଂ ୱାର୍ଡ଼ କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମର ଚିତ୍ରସେନ ଦାସଙ୍କ ପୁଅ ବୁଟୁ ଦାସ (୩୦) । ହୃଦ ରୋଗରେ ପୀଡିତ ହୋଇ ୨ବର୍ଷ ଧରି ରୋଗ ଶଯ୍ୟାରେ ବୁଟୁ । ଅର୍ଥ ଅଭାବରୁ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଇ ପାରୁ ନାହିଁ । ସୂଚନାଯୋଗ୍ୟ, ଦୁଇ ବର୍ଷ ତଳେ ବୁଟୁର ଛାତିରେ ଯନ୍ତ୍ରଣା ହେବାରୁ କଟକ ଏସ୍‌ସିବି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ସେ ଚିକିତ୍ସା ହେବା ପରେ ଛାତିରେ ପାଣି ଜମିଥିବା ଜାଣିବାକୁ ମିଳିଲା । ପରେ ଜମିଥିବା ପାଣି ବାହାରିବା ପାଇଁ ଏକ ପାଇପ ସହ ପଲିଥିନ ବ୍ୟାଗ ଲଗାଇ ଛାଡି ଦେଲେ ଡାକ୍ତର । ଟଙ୍କା ଯୋଗାଡ ହୋଇ ନ ପାରିବାରୁ ଅଧିକା ଚିକିତ୍ସା କିମ୍ବା ଅପରେସନ ହୋଇ ପାରିଲା ନାହିଁ । ହେଲେ ୨ବର୍ଷ ହେବ ସେହି ପଲିଥିନ ବ୍ୟାଗକୁ ଧରି ହୃଦୟ ଯନ୍ତ୍ରଣାରେ କଷ୍ଟ ପାଉଛି ବୁଟୁ । ବୁଟୁର ପରିବାର ଦିନ ମଜୁରିଆ ହୋଇଥିବାରୁ ମୋଟା ଅଂକର ଅର୍ଥ ଯୋଗାଡ଼ କରିପାରୁନାହାନ୍ତି, ତେଣୁ ଅପରେସନ ହୋଇପାରୁ ନାହିଁ । ଏପଟେ ଦିନ ଗଡିବା ସହ ରୋଗ ମଧ୍ୟ ବଢି ଚାଲିଛି । ଏବେ ଜରୁରୀ ହୋଇ ପଡିଛି ଅପରେସନ । ଏପରି ସ୍ଥାଳେ ତାଙ୍କର ମା ଓ ସ୍ତ୍ରୀ ସରକାରଙ୍କୁ ଚିକିତ୍ସା ପାଇଁ ଅର୍ଥ ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 5 =