କରୋନା କାଳରେ ଜଳସଙ୍କଟ ଅସୁବିଧା ବଢାଉଛି

0 94

ସମ୍ବଲପୁର : କରୋନା ସ°କ୍ରମଣ ପ୍ରତିଷେଧ ପାଇଁ ଲକଡାଉନ ର ତୃତୀୟ ପର୍ଯ୍ୟାୟ କ୍ରମେ ବର୍ତ୍ତମାନ ସମସ୍ତେ ଏକ ପ୍ରକାରେ ମାନସିକ ଚାପରେ ରହିଛନ୍ତି । ଅନେକ ସ୍ଥାନରେ ଖାଦ୍ୟ ସ°କଟ ମଧ୍ୟ ଦେଖାଯିବାରୁ ସେଥି ପାଇଁ ପ୍ରଶାସନ ଓ ସ୍ବେଛାସେବୀ କାନ୍ଧରେ କାନ୍ଧ ମିଶାଇ ଚେଷ୍ଟା କରୁଛନ୍ତି । କିନ୍ତୁ ଚିରାଚରିତ ଢଙ୍ଗରେ ଚିହ୍ନିତ ଜଳକ୍ଲିଷ୍ଟ ଅଞ୍ଚଳ ପାଇଁ ଅପେକ୍ଷିତ ସାହାଯ୍ୟ ରୂପେ ଟେଙ୍କର ଯୋଗେ ପାଣି ପହଞ୍ଚାଇବାରେ ମାତ୍ର ପ୍ରଶାସନ ହିଁ ସକ୍ଷମ ଓ ପିଇବା ପାଣି ଅଭାବ ପରିଲକ୍ଷିତ ଅଞ୍ଚଳ ପ୍ରଶାସନିକ ସାହାଯ୍ୟ କୁ ଅପେକ୍ଷା କରି ବସିଛନ୍ତି । ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଯଦି ଏହି ସମସ୍ୟାର ଉଚିତ ସମାଧାନ ହୋଇ ପାରୁନାହିଁ, ତାହେଲେ ଦୂରଦୁରାନ୍ତ ଗାଁର କଥା କିଏ ଶୁଣୁଛି ଓ ବୁଝୁଛି । ପ୍ରକୃତ ରେ ସେମାନଙ୍କ ପାଖକୁ ପିଇବା ପାଣି ପହଞ୍ଚାଇବା ପାଇଁ ଟେଙ୍କର ର ଅଭାବ ଦେଖାଦେଇଛି । ପ୍ରତିଦିନ ସକାଳୁ ଲୋକେ ପାଣି ମନ୍ଦାଏ ପାଇଁ ଚାତକ ପରି ଟେଙ୍କର ଅପେକ୍ଷା ରେ ଚାହିଁ ବସିଥାଆନ୍ତି । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ଉଭୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କରାଯାଇଛି ଓ ତନ୍ମଧ୍ୟରୁ ଅମୃତ ଯୋଜନା ଅନ୍ୟତମ । ଏହି ଯୋଜନା ପାଇଁ କୋଟି କୋଟି ଟଙ୍କା ଆସିଛି କିନ୍ତୁ ରାଜନୈତିକ ଇଚ୍ଛାଶକ୍ତି ର ଦୁର୍ବଳତା ଯୋଗୁଁ ଏଗୁଡିକର ରୂପାୟନ ରେ ବିଳମ୍ବ ଘଟୁଛି ଓ ଜଳ ସ°କଟ ଗ୍ରାମୀଣ ଅଞ୍ଚଳରେ ଲୋକେ କଷ୍ଟ ପାଉଛନ୍ତି ।

hiranchal ad1
Leave A Reply

Your email address will not be published.

three × two =