ଝାରସୁଗୁଡ଼ାର ଶତାଧିକ ଚାଷୀଙ୍କୁ ବେଦାନ୍ତ ଦ୍ୱାରା ଫଳ ଚାରା ବଣ୍ଟନ

0 204

ଝାରସୁଗୁଡା: ନିକଟରେ ବେଦାନ୍ତ ଘରପାଖରେ ବଗିଚା ସୃଷ୍ଟି କରିବା ପାଇଁ ଚାଷୀମାନଙ୍କୁ ଏକ ହଜାରରୁ ଅଧିକ ଉତ୍କୃଷ୍ଟ ମାନର ଫଳ ଚାରା ଯୋଗାଇ ଦେଇଛି। କମ୍ପାନୀର ଜୀବିକ ସଂବୃଦ୍ଧି ପକଳ୍ପ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଦୁଇଟି ଲକ୍ଷ ରହିଛି। ଏକପଟେ ଏଥିରୁ ଅମଳ ହୋଇଥିବା ପୁଷ୍ଟିକର ଫଳ ଏବଂ ପନିପରିବା ସେମାନଙ୍କର ଖାଦ୍ୟ ସପ୍ଲିମେଣ୍ଟକୁ ବୃଦ୍ଧି କରିବା ବେଳେ ଏହାକୁ ବିକ୍ରୟ କରି ନିଜର ଆୟକୁ ବୃଦ୍ଧି ମଧ୍ୟ କରି ପାରିବେ। ୨୦୦ରୁ ଅଧିକ କୃଷକଙ୍କୁ ଉଚ୍ଚ ଅମଲକ୍ଷମ କିସମର ଅମୃତଭଣ୍ଡା, ସଜନା ଛୁଇଁ, ଲେମ୍ବୁ, ପିଜୁଳି ଏବଂ ବରକୋଳି ଚାରା ଯୋଗାଇଦେବା ସହିତ ସେମାନଙ୍କୁ ବୃକ୍ଷରୋପଣର କୌଶଳ, ଉଦ୍ଭିଦର ଯତ୍ନ, ଅମଳ ଏବଂ ବିକ୍ରୟ ଉପରେ ବଗିଚା ବିଶେଷଜ୍ଞ ଦ୍ୱାରା ତାଲିମ କରାଯାଇଛି।

hiring


ସେଵା ଅନୁଷ୍ଠାନର ସଚିବ ଶ୍ରୀ ସୁଶୀଲ କୁମାର ଦାଶ କହିଛନ୍ତି, ବେଦାନ୍ତର ଜୀବିକ ସଂବୃଦ୍ଧି ପ୍ରକଳ୍ପର କାର୍ଯ୍ୟକାରୀ ସହଯୋଗୀ ଭାବରେ ଆମେ ଘନିଷ୍ଟ ଭାବେ କାର୍ଯ୍ୟ କରିବା ସହିତ ସିରିଆପାଲି, ଗୁଡ଼ି ଗାଁ ଏବଂ କେଲଡ଼ାମାଲ ଗ୍ରାମର ଚାଷିଭାଈମାନଙ୍କୁ କୃଷିକ୍ଷେତ୍ରରେ ଅଧିକ ଦକ୍ଷତା ହାସଲ କରାଇଛୁ। ଓଡିଶା ସରକାରଙ୍କ କୃଷି ବିଜ୍ଞାନ କେନ୍ଦ୍ର ଏବଂ ଉଦ୍ୟାନ କୃଷି ବିଶେଷଜ୍ଞ ମାନଙ୍କ ସହିତ ସଂଯୋଗ କରାଇ ବୈଷୟିକ ଚାଷ ପ୍ରଣାଳୀ, ଜମି ଏବଂ ଜଳ ସେଚନ ପାଇଁ ଉନ୍ନତ ଉପାୟର ପ୍ରୟୋଜଗ ବିଷୟରେ ସେମାନଙ୍କୁ ଯଥାସମ୍ଭବ ପ୍ରଶିକ୍ଷଣ କରାଉଛୁ।”
ବେଦାନ୍ତ ଏବଂ ସେଵାକୁ କୃତଜ୍ଞତା ଜଣାଇ କେଲଡ଼ାମାଲ ଗ୍ରାମର ସରପଞ୍ଚ ଶ୍ରୀମତୀ ସୌଦାମିନୀ ନାୟକ କହିଛନ୍ତି ଯେ “ବେଦାନ୍ତର ଏହି ଜୀବିକ ସଂବୃଦ୍ଧି ପ୍ରକଳ୍ପ ଜରିଆରେ କେଲଡ଼ାମାଲ ଗ୍ରାମର ଚାଷୀଭାଇମାନେ କୃଷି ସମ୍ବଳ, ବିଭିନ୍ନ ଜ୍ଞ୍ୟାନକୌଶଳ ଏବଂ ତାଲିମ ପ୍ରାପ୍ତକରି ସେମାନଙ୍କର ପାରିବାରିକ ଆୟକୁ ବୃଦ୍ଧି କରିପାରିଛନ୍ତି।
କୋଲାବିରା ବ୍ଲକର ଜଙ୍ଗଲ ବିଭାଗଦଳର ମୁଖ୍ୟ ଶ୍ରୀ ଦୁର୍ଯ୍ୟଧନ ପ୍ରଧାନ କହିଛନ୍ତି ଯେ ବେଦାନ୍ତ ତରଫରୁ ବଣ୍ଟାଯାଇଥିବା ଏହି ୧୦୦୦ ବୃକ୍ଷ ଚାରା ଚାଷୀଭାଇମାନଙ୍କୁ ପୁଷ୍ଟିକର ଫଳ ଯୋଗାଇବା ସହିତ ଝାରସୁଗୁଡ଼ା ଗ୍ରାମଞ୍ଚଳର ସବୁଜ ଆବରଣ କୁ ବୃଦ୍ଧି କରାଇବ।


ଏଥିସହିତ ଗତ ମୌସୁମୀ ପରେ ଏକ ମାସ ମଧ୍ୟରେ ବେଦାନ୍ତ ତରଫରୁ କମ୍ପାନୀ ପରିସରରେ ୧୦୦୦ରୁ ଉର୍ଦ୍ଧ ଆମ୍ବ, ଡାଲିମ୍ବ, ଗୁଆ, ଲିଚି, ଲିମ୍ବ, ଅସ୍ୱଗନ୍ଧା, ଗିଲୟ ଏବଂ ତୁଳସୀ ବୃକ୍ଷରୋପଣ କରାଯାଇଛି।
ବେଦାନ୍ତ ଲିମିଟେଡ଼, ଝାରସୁଗୁଡା ଭାରତର ସର୍ବବୃହତ ପ୍ରାଥମିକ ଆଲୁମିନିୟମ ଉତ୍ପାଦକ ହୋଇଥିବାବେଳେ ଏହାର ସ୍ଥାପିତ ସ୍ମେଲଟିଙ୍ଗ କ୍ଷମତା ୧.୬ ବାର୍ଷିକ ନିୟୁତ ଟନ ଅଟେ I ଏହା ଭାରତର ଏକ ମାତ୍ର ସ୍ମେଲ୍ଟର ଯାହାକି ବିଶ୍ୱର ‘୧ ନିୟୁତ ଟନ ପ୍ରାଥମିକ ଆଲୁମିନିୟମ ଉତ୍ପାଦନ ଏବଂ ରପ୍ତାନୀକାରୀ’ ବର୍ଗରେ ସାମିଲ ଅଟେ I ଆଧୁନିକ ବୈଷୟିକ ଜ୍ଞାନ କୌଶଳ ସହିତ ନବାଚାର ପଦ୍ଧତି ଏବଂ ସ୍ଥାୟୀ ବିକାଶ ଢାଞ୍ଚାରେ ଅବସ୍ଥାପିତ ଏବଂ କାର୍ଯ୍ୟରତ ବେଦାନ୍ତ ଝାରସୁଗୁଡା, ଭାରତର ଏକ ତୃତୀୟାଂଶ ପ୍ରାଥମିକ ଆଲୁମିନିୟମ ଉତ୍ପାଦନ କରିଥାଏ I ସୁରକ୍ଷା କ୍ଷେତ୍ରରେ ବିଶେଷ ଦୃଷ୍ଟି ଦେବା ସହିତ ଅଞ୍ଚଳର ସ୍ଥାୟୀ ସାମଗ୍ରିକ ବିକାଶ ତଥା ହିତାଧିକାରୀଙ୍କ ପାଇଁ ଉନ୍ନତି ନେଇ କମ୍ପାନୀ ସର୍ବଦା କାର୍ଯ୍ୟରତ ରହିଆସିଛି I

hiranchal ad1
Leave A Reply

Your email address will not be published.

four − three =