ଭୁବନେଶ୍ୱର, : ଦିନିକିଆ ନୂଆପଡା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକଟ କରିଛନ୍ତି । ନୂଆପଡାବାସୀଙ୍କୁ ଜୁହାର ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସ୍ୱାଧିନତା ସଂଗ୍ରାମରେ ନୂଆପଡାର ବହୁତ ବଡ ଭୂମିକା ଥିଲା । ନୂଆପଡା ଭେଲା ଗାଁର ମାଆମାନଙ୍କ ସଂଗ୍ରାମ ଆଜି ବି ସମସ୍ତଙ୍କୁ ପ୍ରେରଣା ଦେଉଛି । ୧୯୯୩ ମସିହାରେ ବିଜୁବାବୁ ଏହି ଜିଲ୍ଲାକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରିଥିଲେ । ବିଜୁବାବୁଙ୍କ ସେଦିନର ସାନପୁଅ ନୂଆପଡା ଆଜି ସଶକ୍ତ ହୋଇଛି । ବିକାଶର ଇତିହାସରେ ନୂଆପଡା ଆଜି ଯୋଡି ହୋଇଛି । ରାଜ୍ୟ ସରକାର ନୂଆପଡା ପାଇଁ ମୁଖ୍ୟତଃ ଯେଉଁ ୩ଟି ସମସ୍ୟା ଥିଲା ପିଇବା ପାଣି ଜଳସେଚନ ଓ ଯୋଗାଯୋଗର ସମାଧାନ କରିଛନ୍ତି । ଆଜି ନୂଆପଡାରେ ୨୩୩୭କୋଟି ୧୫ ଲକ୍ଷ ଟଙ୍କାର ପ୍ରକଳ୍ପ ଲୋକାର୍ପଣ କରିଛନ୍ତି । ଏହା ମଧ୍ୟରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ । ନୂଆପଡାର ୧ଲକ୍ଷ ପରିବାର ଏହି ପ୍ରକଳ୍ପ ଗୁଡିକ ଦ୍ୱାରା ଉପକୃତ ହେବେ । ସେ ପୁଣି କହିଥିଲେ ଯେ, ଆଜି ନୂଆପଡା ଆସି ମୁଁ ବହୁତ ଖୁସି । ଏହି ଅବସରରେ ଆପଣମାନଙ୍କୁ ମୋର ଜୁହାର । ସ୍ୱାଧୀନତା ସଂଗ୍ରାମରେ ନୂଆପଡାର ବହୁତ ବଡ ଭୂମିକା ଥିଲା । ବିଶେଷ କରି ଆମର ମା ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ବ୍ରିଟିଶ ଶାସନର ଅନ୍ୟାୟ ବିରୁଦ୍ଧରେ ସେମାନଙ୍କ ସଂଗ୍ରାମର ତୁଳନା ନାହିଁ । ନୂଆପଡା ଭେଲା ଗାଁର ମା ମାନଙ୍କ ସଂଗ୍ରାମ ଆଜି ବି ସମସ୍ତଙ୍କୁ ପ୍ରେରଣା ଦେଉଛି । ଏହି ଅବସରରେ ସେହି ସଂଗ୍ରାମୀ ମା ମାନଙ୍କୁ ମୋର ପ୍ରଣାମ ଜଣାଉଛି । ଆପଣ ଜାଣନ୍ତି ୨୦୨୨ରେ ଆମେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛୁ । ଭେଲାର ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସୁନ୍ଦର ମେମୋରିଆଲ (ସ୍ମରଣୀୟ ମୁହୂର୍ତ୍ତ)କରାଯିବ । ୧୯୯୩ରେ ବିଜୁବାବୁ ନୁଆପଡାକୁ ଏକ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କଲେ । ସେତେବେଳେ କିଛି ଲୋକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ ଏତେ ଛୋଟ ଅଞ୍ଚଳକୁ କାହିଁକି ଜିଲ୍ଲା କଲେ ? ସେତେବେଳେ ବିଜୁବାବୁ କହିଥିଲେ, “ନୂଆପଡା ଓଡିଶା ମାର ସବୁଠାରୁ ସାନ ପିଲା । ସେ ପୁଣି ଦୂରରେ ଅଛି । ସବୁ ବାପା ମା ଯେପରି ଦୂରରେ ଥିବା ପିଲାକୁ ଅଧିକ ଭଲ ପାଆନ୍ତି, ମୁଁ ମଧ୍ୟ ସେପରି ନୂଆପଡାକୁ ସ୍ୱତନ୍ତ୍ର ଧ୍ୟାନ ଦେଉଛି” । ଆଜି ନୂଆପଡାରରୂପାନ୍ତରକୁ ଆପଣମାନେ ଦେଖି ପାରୁଛନ୍ତି । ଅନୁଭବ କରିପାରୁଛନ୍ତି । ବିଜୁ ଏକ୍ସପ୍ରେସ ୱେରେ ସବୁଠାରୁ ଅଧିକ ଲାଭ ପାଇଛି ନୂଆପଡା । ୬୮୦ କୋଟି ଟଙ୍କାରେ ୧୩୨ କି.ମିରାସ୍ତା କେବଳ ନୂଆପଡାରେ ହିଁ ହୋଇଛି । ନୂଆପଡାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାଜ୍ୟର ବଡ ବଡ ସହରର ହସ୍ପିଟାଲ ମାନଙ୍କଠାରୁ କିଛି କମ ନୁହେଁ । ସେହିପରି ଗତ ଦଶ ବର୍ଷ ଭିତରେ ଆମେ ହଜାର ହଜାର ଶିଶୁଙ୍କ ଜୀବନ ବଞ୍ଚାଇ ପାରିଛୁ । ନୂଆପଡାରେ ଶିଶୁ ମୃତ୍ୟୁ ହାର ବହୁତ କମିଛି । ମା ମାନଙ୍କ ଜୀବନ ବଞ୍ଚାଇବାରେ ମଧ୍ୟ ନୂଆପଡା ବହୁତ ଭଲ କାମ କରିଛି । ନୂଆପଡାର ପାଣିରେ ରହିଛି ଫ୍ଲୋରାଇଡ୍ ସମସ୍ୟା । ଏହା ହେଉଛି ଜିଲ୍ଲା ବାସୀଙ୍କ ବଡ ସମସ୍ୟା । ଫ୍ଲୋରାଇଡ୍ର ପାଣି ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । ଭଲ ପିଇବା ପାଣି ପାଇଁ ମା ମାନଙ୍କୁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଥିଲା । ଏଥିପାଇଁ ମୋତେ ବହୁତ ଦୁଃଖ ଲାଗୁଥିଲା । ଆଜି ନୂଆପଡାର ୫୫ ପ୍ରତିଶତ ଘରକୁ ଆମେ ପାଇପ ପାଣି ଦେଇ ପାରିଛୁ । ୧୦୦୦ରୁ ଅଧିକ ଫ୍ଲୋରାଇଡ୍ ମୁକ୍ତ ବିଶୋଧନ ପ୍ରକଳ୍ପ କରାଯାଇଛି । ୯୦୦ରୁ ଅଧିକ ଗାଁ କୁ ଫ୍ଲୋରାଇଡ୍ର ସମସ୍ୟାରୁ ୧୦୦ ପ୍ରତିଶତ ମୁକ୍ତ କରାଯାଇ ପାରିଛି । କେବଳ ସେତିକି ନୁହେଁ ନୂଆପଡାର ଏକ ଲକ୍ଷ ପରିବାରକୁ ପାଇପ ପାଣିର ସୁବିଧା ମଧ୍ୟ ଦିଆଯାଇଛି । ୨୦୨୨ ସୁଧା ନୂଆପଡାର ସବୁ ପରିବାରକୁ ୧୦୦ ପ୍ରତିଶତ ପାଇପପାଣି ଯୋଗାଇ ଦିଆଯିବ । ଏଥିପାଇଁ ୭୦୦ କୋଟି ଟଙ୍କାର ୨୦୫ ଟି ପାଇପ୍ ୱାଟର ବୃହତ୍ତ ଜଳପ୍ରକଳ୍ପ ଓ ଗୋଟିଏ ପାଇପ୍ ୱାଟର ବୃହତ୍ତ ଜଳପ୍ରକଳ୍ପ କାମ ଚାଲିଛି । ଏବେ ମୁଁ ଲୋୟର ଇନ୍ଦ୍ର ପ୍ରକଳ୍ପକୁ ଆସିବି । ଏ ପ୍ରକଳ୍ପ ସାରାରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ଏ ପ୍ରକଳ୍ପ ପାଇଁ ଜମି ଦେଇଥିବା ସବୁ ଲୋକଙ୍କୁ ସେମାନଙ୍କ ତ୍ୟାଗ ପାଇଁ ଧନ୍ୟବାଦ ଜଣାଉଛି । ଆପଣ ମାନଙ୍କ ତ୍ୟାଗ ପାଇଁ ନୂଆପଡାର କୋମନା, ଖଡିଆଳ ଓ ବଲାଙ୍ଗିରର ବଙ୍ଗ?ମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକର ୨୦୦ ଟି ଗାଁର ୧,୮୦,୦୦୦ ଲୋକ ଉପକାର ପାଇବେ । ଆପଣ ଜାଣନ୍ତି ନୂଆପଡାରେ ୨୨୦ କୋଟି ଟଙ୍କାର ବୃହତ୍ତ ଉଠାଜଳସେଚନ ପ୍ରକଳ୍ପ ଏବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ । ଏହାଦ୍ୱାରା କୋମନା, ନୂଆପଡା, ସିନାପାଲୀ ଓ ବୋଡେନ ଅଞ୍ଚଳର ୧୮୦୦୦ ଏକରରୁ ଅଧିକ ଜମିକୁ ପାଣି ମିଳିପାରିବ । ବୈଷୟିକ ଜ୍ଞାନକୌଶଳରେ ଭୂତଳ ଇନ୍ଦ୍ର ଜଳପ୍ରକଳ୍ପ ହୋଇଛି । ତେଣୁ ଏହି ପ୍ରକଳ୍ପରୁ ଆଉ ୭୫୦୦ ଏକର ଜମିକୁ ପାଣି ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଁ ଘୋଷଣା କରୁଛି । ନୂଆପଡା ଥିଲା ଚିର ମରୁଡି ଅଞ୍ଚଳ । ଆଜି ଏଠାରେ ନୂଆ ସବୁଜିମା ସୃଷ୍ଟି ହେଉଛି । । ଆଜି ନୂଆପଡା ବିକାଶର ନୂଆ ଇତିହାସ ଲେଖୁଛି । ବିକାଶର ଏ ଯାତ୍ରାରେ ଆପଣମାନଙ୍କ ଅବଦାନରହିଛି ।ନୂଆପଡାରେ ଜଳସେଚନ ସୁବିଧା ବଢିଛି । ନୂଆପଡାରେ ଜଳସେଚନ ସୁବିଧା ୫୪ ପ୍ରତିଶତ ବଢିଛି ଜିଲ୍ଲା ଦେଢ ଲକ୍ଷ ଏକର ଜମିକୁ ଆଜି ପାଣି ସୁବିଧା ମିଳିଛି । ଧାନ ଉତ୍ପାଦନ ବଢିଛି । କପା ଚାଷ, ମକା ଚାଷ ମଧ୍ୟ ବଢିଛି । ଲୋୟର ଇନ୍ଦ୍ର ଡ୍ୟାମ ସାଇଟ୍ରେ ସ୍ପୋର୍ଟ୍ସ ଏକାଡେମୀ ଏକ ସାଇନ୍ସ ପାର୍କ ଓ ମ୍ୟୁଜିୟମ କରାଯିବ । ଏଥିପାଇଁ ୩ କୋଟି ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ନୂଆପଡା ଜିଲ୍ଲାର ବିଧାୟକ, ମୁଖ୍ୟ ଶାସନ ସଚିବ, ୫-ଟି ସଚିବ ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ ।