କରୋନାରେ ମୃତ ୨ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଲେଖାଏଁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

0 134

ଭୁବନେଶ୍ୱର : କରୋନା ଯୋଦ୍ଧା ଭାବରେ ସମ୍ମୁଖ ଭାଗରେ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ଗଣନା କରି କରୋନା କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକ ମୃତ୍ୟୁବରଣ କଲେ ସେମାନଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ଅନୁକଂପା ସହାୟତା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଯାହା ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରୀ କରିଛନ୍ତି । ରାଜ୍ୟର ୨ଜଣ ସାମ୍ବାଦିକ ଯଥା ଗଞ୍ଜାମ ଜିଲ୍ଲାର ସମାଜ ପ୍ରତିନିଧି ସ୍ୱର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକ ଓ ଗଜପତି ଜିଲ୍ଲାର ସାମ୍ବାଦିକ(ନ୍ୟୁଜ୍‌ ଟୁଡେ) ସ୍ୱର୍ଗତ କେ.ସି.ଏଚ. ରତନମଙ୍କ ପରିବାର ପାଇଁ ୧୫ଲକ୍ଷ ଟଙ୍କା ଲେଖାଏଁ ଅନୁକଂପା ରାଶି ମଞ୍ଜୁର କରିଛନ୍ତି । ଏ ନେଇ ରାଜ୍ୟ ସରକାରଙ୍କ ମିଡିଆ ଉପଦେଷ୍ଟା ମାନସ ମଙ୍ଗରାଜ ଆଜି ଟ୍ୱିଟ୍‌ କରି ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ମୃତ ୨ ସାମ୍ବାଦିକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ପ୍ରକାଶଯୋଗ୍ୟ ଯେ, ଏହି ୨ ସାମ୍ବାଦିକ ନିଜ ଜୀବନକୁ ଭ୍ରୁକ୍ଷେପ କରି କରୋନା ସମ୍ବାଦ ସଂଗ୍ରହ ବେଳେ ସଂକ୍ରମିତ ହୋଇଥିଲେ ଓ ଉଭୟେ ଭୁବନେଶ୍ୱରର କୋଭିଡ ହସ୍ପିଟାଲରେ ପରଲୋକ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

16 − 1 =