କରୋନା ସଂକ୍ରମଣ ଯୋଗୁଁ ଭିମସାରରେ ସ୍ଥିତି ବିପନ୍ନ : ସମ୍ବଲପୁର ଜିଲ୍ଲାରେ ପୁଣି ୧୦ଜଣ ପଜିଟିଭ ଚିହ୍ନଟ

0 125

ସମ୍ବଲପୁର : ଅଞ୍ଚଳର ସବୁଠାରୁ ବଡ଼ ହସ୍ପିଟାଲ “ଭିମସାର” ହେଉଛି ବର୍ତ୍ତମାନ କୋଭିଡ ନୋଡାଲ ସେଣ୍ଟର ଓ ସେଠାରେ ହଠାତ୍ କରୋନା ସଂକ୍ରମଣ ବ୍ୟାପିବା ଯୋଗୁଁ ସାଂଘାତିକ ସ୍ଥିତି ସାମ୍ନାକୁ ଆସିଛି । ସେଠାରେ ଆଜି ଜଣେ ଡାକ୍ତର ଓ ଦୁଇଜଣ ସେବିକା ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଭିନ୍ନ ବିଭାଗରେ ସଂକ୍ରମଣକୁ ଆଖି ଆଗରେ ରଖି ସେଠାରେ ଅନେକ ବିଭାଗ ବନ୍ଦ ରଖାଯିବା ସହିତ ସେଗୁଡିକର ସମ୍ପୂର୍ଣ୍ଣ ବିଶୋଧନ ପାଇଁ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସେଠାରେ ରୋଗୀସେବା ଅନେକାଂଶରେ ବାଧିତ ହୋଇଛି ଓ ସେଠାରେ ବର୍ହିରୋଗୀସେବା ବର୍ତ୍ତମାନ ପାଇଁ ବନ୍ଦ କରି ଦିଆଯାଇଛି । ଭିମସାରରେ ତିନିଜଣଙ୍କ ସହିତ ସମଗ୍ର ଜିଲ୍ଲାରେ ଆଜି ୧୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏହାଦ୍ୱାରା ଜିଲ୍ଲାର ମୋଟସଂଖ୍ୟା୧୨୫ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୦୦ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୨୫ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ରେ ବ୍ୟାପକ ପରିମାଣରେ କରୋନା ସପ୍ସକ୍ରମଣ ଯୋଗୁଁ ତାହାକୁ ବନ୍ଦ କରି ଦିଆଯାଇଥିବାରୁ ସେଠାରୁ ଦୁଇଜଣ, ୨୭ବର୍ଷୀୟା ମହିଳା ଓ ୩୭ବର୍ଷୀୟ ପୁରୁଷ, ଫେରିଆସି ରେଢ଼ାଖୋଲ ଟିଏମସିରେ ଆଶ୍ରୟ ନେଇଥିଲେ । ସ୍ୱାବ ପରୀକ୍ଷା ରେ ସେମାନେ ପଜିଟିଭ ଚିହ୍ନଟ ହେଲାପରେ ଚିକିତ୍ସା ପାଇଁ ସେମାନଙ୍କୁ ଆଜି କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ବାହାର ରାଜ୍ୟରୁ ଆସି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଦୁଇଜଣ ପୁରୁଷ (୨୯ ଓ ୪୨ ବର୍ଷ) ହୋମ ଆଇସୋଲେଶନ ରେ ରହିଥିଲେ, ସେମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି । ବୁର୍ଲାର ତେଲୁଗୁପଡାରେ ଜଣେ ପୁରୁଷ (୭୪) ଓ ଗୁରୁଦ୍ୱାରା ପଡାରେ ଜଣେ ପୁରୁଷ (୨୦) ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷେ ଦିଲ୍ଲୀରୁ ଫେରି ଆସିବା ପରଠାରୁ ଜଣେ ମହିଳା (୪୨) ଙ୍କୁ ସେଠାକାର ଟିଏମସିରେ ଅନୁଧ୍ୟାନ ପାଇଁ ରଖାଯାଇଥିଲା, ଯିଏକି ବର୍ତ୍ତମାନ ପଜିଟିଭ ଚିହ୍ନଟ ହୋଇଛି । ଚିକିତ୍ସା ପାଇଁ ଏମାନଙ୍କୁ ଆଜି କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ଏମାନଙ୍କ ବିସ୍ତୃତ ସମ୍ପର୍କ ସୂଚୀ ପ୍ରସ୍ତୁତ କରାଯାଉଛି ।

hiranchal ad1
Leave A Reply

Your email address will not be published.

thirteen + two =